ଅଟ୍ଟାଙ୍ଗଗୁଡ଼ା କ୍ଲଷ୍ଟର ସ୍ତରୀୟ ସୁରଭି ଆୟୋଜିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ ଯମୁନାସାଗର ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଟ୍ଟାଙ୍ଗଗୁଡା କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଆୟୋଜିତ ହୋଇଯାଇଛି । ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଉଦ୍ଘାଟନୀ ସମାରୋହରେ ଅତିଥି ଭାବେ ଜିଲ୍ଲା କ୍ରୀଡ଼ା ଶିକ୍ଷା ନିରୀକ୍ଷକ ମହେନ୍ଦ୍ର ପଣ୍ଡା, ଦୁଆରସୁନି ସମିତି ସଭ୍ୟ ସଚ୍ଚିଦାନନ୍ଦ ମହାକୁଡ଼, ଯୁବ ସାମ୍ବାଦିକ ରାଜକୁମାର ସିଂଦେଓ, ଯମୁନାସାଗର ପ୍ରଧାନ ଶିକ୍ଷୟିତ୍ରୀ ଯାଜ୍ଞସେନି ପ୍ରଧାନ ଯୋଗ ଦେଇଥିଲେ । ସଭାପତିତ୍ୱ କରିଥିଲେ ସିଆରସିସି ବିଜୟ ଦାଶ । ଏଥିରେ ପ୍ରବନ୍ଧ, ବକ୍ତୃତା, ତର୍କ, ସଙ୍ଗୀତ, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ, ଏମଡିଏମ ପ୍ରକଳ୍ପ, କୁଇଜ ଆଦି ୧୦ଟି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । କ୍ଲଷ୍ଟରର ୧୭ଟି ସ୍କୁଲର ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିଲେ । ଉଦଯାପନୀ ସଭାରେ ମୁଖ୍ୟ ଅତିଥି ଭାବେ ଦୁଆରସୁନୀ ସରପଞ୍ଚ କୈଳାସ ନାଏକ, ସମିତିସଭ୍ୟ ସଚ୍ଚିଦାନନ୍ଦ ମହାକୁଡ଼, ଯୁବ ସାମ୍ବାଦିକା ସ୍ନିଗ୍ଧାରାଣୀ ସିଂ, ପୂର୍ବ ସିଆରସିସି ଅରୁଣ ବିଷୋୟୀ ମଞ୍ଚାସିନ ଥିଲେ । ଉଭୟ ସଂପାନକୁ ସଞ୍ଚାଳନ କରିଥିଲେ ଯୁବ ଶିକ୍ଷକ ତଥା ଲେଖକ ଡିଲେଶ୍ୱର ରଣା । ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ ଓ ଟ୍ରଫି ଦେଇ ପୁରସ୍କୃତ କରାଯାଇଥିଲା । ଏଥିରେ କ୍ଲଷ୍ଟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.