ଯେଉଁମାନେ ଧର୍ମନାମରେ ଦେଶକୁ ବିଭାଜିତ କରିବାକୁ ଚାହୁଁଛନ୍ତି ସେମାନଙ୍କ ଉପରେ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ -ସୁପ୍ରିମ କୋର୍ଟ 

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଘୃଣାସୃଷ୍ଟିକାରୀ ବୟାନକୁ ନେଇ ସୁପ୍ରିମକୋର୍ଟ କଡା ନିର୍ଦେଶ ଦେଇଛନ୍ତି । ଯେଉଁମାନେ ଧର୍ମନାମରେ ଦେଶକୁ ବିଭାଜିତ କରିବାକୁ ଚାହୁଁଛନ୍ତି ସେମାନଙ୍କ ଉପରେ ପୋଲିସ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ । ନହେଲେ ଏହା ଅଦାଲତ ଅବମାନନା ଧରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଦେଶର ବିଭିନ୍ନ ସ୍ଥାନରେ ନେତା ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ଧର୍ମଗୁରୁ ଯେଉଁଭଳି ଭାବରେ ଭିନ୍ନ ଭିନ୍ନ ଧର୍ମକୁ ନେଇ ପରସ୍ପର ଘୃଣା ଓ ବିଦ୍ୱେଷ ସୃଷ୍ଟି କରିବା ଭଳି ବୟାନ ଦେଉଛନ୍ତି ସେଭଳି ହେଟସ୍ପିଚ୍‌ ସଂଖ୍ୟା ବଢ଼ୁଥିବାରୁ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି ସୁପ୍ରିମକୋର୍ଟ। ସରକାର, ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ସୁପ୍ରିମକୋର୍ଟ ଆହୁରି କ୍ଷୁବ୍ଧ ହୋଇଛନ୍ତି। ସରକାର ହେଟସ୍ପିଚ୍‌ ବିରୋଧରେ ପଦକ୍ଷେପ ନେବାକୁ ସୁପ୍ରିମକୋର୍ଟ ତାଗିଦ କରିଛନ୍ତି।  ନଚେତ ଅଦାଲତ ଅବମାନନାର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ରୁହନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।  ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ଉତ୍ତରାଖଣ୍ଡର ପୁଲିସ୍‌ ମୁଖ୍ୟମାନେ ହେଟସ୍ପିଚ ଘଟଣାରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ତାହାର ରିପୋର୍ଟ ଦେବାକୁ କୋର୍ଟ କହିଛନ୍ତି ।  ଦେଶ ର୍ଧମ ନିରପେକ୍ଷ। ତେଣୁ ହେଟସ୍ପିଚକୁ ଅପରାଧିକ ମାମଲା ଭାବେ ବିବେଚନା କରାଯାଉ ବୋଲି କୋର୍ଟ କହିଛନ୍ତି। ହେଟସ୍ପିଚ ଭଳି ମାମଲାରେ କୋର୍ଟ ହସ୍ତକ୍ଷେପ କରିବାର ଅଧିକାର ଥିବା ସୁପ୍ରିମକୋର୍ଟ କହିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.