ରାଷ୍ଟ୍ରପତି ଆସନରୁ ଦ୍ରୌପଦୀ ମୁର୍ମୁଙ୍କୁ ବଦଳାଇବାକୁ ଆବେଦନ, କୋର୍ଟ ଶୁଣାଇଲେ ରାୟ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭାବେ ବଦଳାଇବାକୁ ସୁପ୍ରିମକୋର୍ଟରେ ଆବେଦନ। ଆବେଦନକାରୀ ହେଉଛନ୍ତି କିଶୋର ଜଗନ୍ନାଥ ସାୱନ୍ତ। ସେ ନିଜକୁ ପରିବେଶବିତ୍ ବୋଲି କହିଛନ୍ତି। ସାୱନ୍ତଙ୍କ ଦ୍ବାରା ଦାଖଲ ହୋଇଥିବା ଆବେଦନରେ ଦର୍ଶାଯାଇଛି ଯେ ତାଙ୍କୁ ନିକଟରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଅନୁମତି ଦିଆଯାଇ ନାହିଁ। ଏହାକୁ ଚ୍ୟାଲେଞ୍ଜ କରି ସାୱନ୍ତ ସୁପ୍ରିମକୋର୍ଟରେ ହାଜର ହୋଇ କହିଛନ୍ତି ଯେ ସରକାରଙ୍କ ନୀତି ସହ ଲଢେଇ କରିବାର ତାଙ୍କର ସମସ୍ତ ଅଧିକାର ରହିଛି। ତେବେ ଆବେଦନକୁ ଶୁକ୍ରବାର ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। କୋର୍ଟ ମଧ୍ୟ ଆବେଦନକାରୀଙ୍କୁ ଭର୍ତ୍ସନା କରିଛନ୍ତି। ଜଷ୍ଟିସ୍ ଡିଏ ଚନ୍ଦ୍ରଚୁଡ ଏବଂ ଜଷ୍ଟିସ୍ ହିମା କୋହଲିଙ୍କ ଏକ ବେଞ୍ଚ ଆବେଦନକାରୀଙ୍କ ଆବେଦନକୁ ଅଯଥା ବୋଲି କହି ଖଣ୍ଡନ କରି କହିଛନ୍ତି । ଏହି ଆବେଦନ ବିଚାର କରିବା ଯୋଗ୍ୟ ନୁହେଁ। ଏହା କୋର୍ଟ ପ୍ରକ୍ରିୟାର ଅପବ୍ୟବହାର। ଏହା ସହିତ କୋର୍ଟ ରେଜିଷ୍ଟ୍ରିକୁ ଭବିଷ୍ୟତରେ ଏପରି ଆବେଦନ ଗ୍ରହଣ ନକରିବାକୁ କହିଛନ୍ତି।

Omkar Vasthu
Omkar Vasthu

ଏହି ଆବେଦନ ଉପରେ ବିଚାର କରିବାକୁ ସାୱନ୍ତ କୋର୍ଟଙ୍କୁ ଅନୁରୋଧ କରିଛନ୍ତି। ଏହି ସମୟରେ ଆବେଦନକାରୀ ଶ୍ରୀଲଙ୍କାର ପରିସ୍ଥିତି ବିଷୟରେ ଉଦାହରଣ ରଖିଥିଲେ। ସେ କହିଥିଲେ ସେଠାରେ କିଭଳି ଲୋକଙ୍କ ଦାବି ଆଗରେ ଶ୍ରୀଲଙ୍କାର ତତ୍କାଳୀନ ରାଷ୍ଟ୍ରପତି ମୁଣ୍ଡ ନୁଆଁଇଥିଲେ। ଏହା ବ୍ୟତୀତ ଆବେଦନକାରୀ କହିଛନ୍ତି ଯେ ମୁଁ ଆଶା କରୁଛି ଯେ କୋର୍ଟ ମୋର ଆବେଦନକୁ ଗ୍ରହଣ କରି ଶୁଣାଣି କରିବେ। ଏବଂ ସରକାର କେଉଁଠାରେ ଭୁଲ୍ କରିଛନ୍ତି ତାର ପକ୍ଷ ରଖିବାକୁ ତାଙ୍କୁ ସୁଯୋଗ ଦେବେ। ଆଉ ସେ କିଭଳି ନିର୍ବାଚନ ଲଢିବାରୁ ବଞ୍ଚିତ ହୋଇଛନ୍ତି ବୋଲି କହିବେ। ଏହା ଉପରେ ଦେଶର ଆଗାମୀ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ଜଷ୍ଟିସ୍ ଡି.ଇ ଚନ୍ଦ୍ରଚୁଡ ଆବେଦନ ଉପରେ ଅସନ୍ତୋଷ ଜାହିର କରିଥିଲେ। ଭାରତର ରାଷ୍ଟ୍ରପତିଙ୍କ ବିରୋଧରେ ଏପରି ଅପମାନଜନକ ଅଭିଯୋଗ ଗ୍ରହଣୀୟ ନୁହେଁ ବୋଲି କହିଥିଲେ? ସେ ଆହୁରି ମଧ୍ୟ କହିଛନ୍ତି ଯେ ଆବେଦନକାରୀ ତାଙ୍କର ବିଶେଷ ଜ୍ଞାନ ଆଧାରରେ ବିଚାର ରଖିପାରିବେ, କିନ୍ତୁ ଏପରି ଆବେଦନ କରିବା ଠିକ୍ ନୁହେଁ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.