କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ଶିଶୁ ମହୋତ୍ସବ ସୁରଭି-୨୦୨୨

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ କ୍ଲଷ୍ଟରରେ ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ରେଗଡା ଜଗଦୀଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ଶିଶୁ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀ, ସମ୍ମାନିତ ଅତିଥି ଭାବେ ରେଗଡା ସରପଞ୍ଚ ଦିପ୍ତୀ ରାଣୀ ସାହୁ, ସିଆରସିସି ସଞ୍ଜୟ କୁମାର ଦାସ, ଜଗଦୀଶ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗନ୍ଧର୍ବ ମାଝୀ ପ୍ରମୁଖ ଯୋଗ ଦେଇ କ୍ଲଷ୍ଟର ସ୍ତରରେ ଛାତ୍ରୀ ଛାତ୍ର ମାନଙ୍କ ପ୍ରତିଭା କୁ ଚିହ୍ନଟ କରି ବ୍ଲକ, ଜିଲ୍ଲା ଓ ରାଜ୍ୟ ସ୍ତରରେ ପହଞ୍ଚେଇବାକୁ ପ୍ରୟାସ କରିଥିଲେ । ଶିକ୍ଷକ ଯୁଗଳ ନାଗ କାର୍ଯ୍ୟକ୍ରମରେ ସଂଯୋଜନା କରିଥିଲେ । ଏଥିରେ ୧୨ ବିଦ୍ୟାଳୟର ଛାତ୍ରୀ ଛାତ୍ର ଅଂଶଗ୍ରହଣ କରିଥିଲେ । ଠିକ ସେହିପରି ତେରେସିଙ୍ଗା କ୍ଲଷ୍ଟରରେ ଆୟୋଜିତ ଶିଶୁ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ତେରେସିଙ୍ଗା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗରୁଡ଼ଧ୍ୱଜ ଗହୀର, ସମ୍ମାନିତ ଅତିଥି ସିଆରସିସି ହେମନ୍ତ ନାଏକ ଯୋଗଦେଇ କୃତି ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଏଥିରେ ଶିକ୍ଷକ ନୀଳମଣି ଗହୀର ସଂଯୋଜନା କରିଥିଲେ । ବ୍ଲକର ରେଙ୍ଗାଲି କ୍ଲଷ୍ଟର, ଜୋରାଡବରା କ୍ଲଷ୍ଟରରେ ମଧ୍ୟ ଶିଶୁ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.