ଜୁନାଗଡ଼ ସହରର ଶିଶୁ ପ୍ରମୋଦ ଉଦ୍ୟାନ ଲୋକାର୍ପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସନ୍ତୋଷ କୁମାର ବାଗ): ଜୁନାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ପାର୍ଶ୍ୱରେ ନବନିର୍ମିତ ଶିଶୁ ପ୍ରମୋଦ ଉଦ୍ୟାନ ଲୋକାର୍ପିତ ହୋଇଯାଇଛି । ଏନେଇ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଯୋଗଦେଇ ଉଦ୍ୟାନର ଶୁଭ ଉଦଘାଟନ କରିଥିଲେ ।

କାର୍ଯ୍ୟକ୍ରମରେ ଅତିଥି ଭାବେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ବେଷୀ ରେଡ୍ଡୀ, ଜୁନାଗଡ ନଗରପାଳ ମୁକେଶ ଅଗ୍ରୱାଲ, ଉପ-ନଗରପାଳ ହିମାଦ୍ରୀ ନାଏକ, ଜିଲ୍ଲାପରିଷଦ ଉପାଧ୍ୟକ୍ଷା ସୁଧିରା ମେହେର, ଭବାନୀପାଟଣା ପୈାରପରିଷଦ ଅଧ୍ୟକ୍ଷା ସଂଯୁକ୍ତା ବେହେରା ପ୍ରମୁଖ ଉପସ୍ଥିତ ରହି ଏହି ଉଦ୍ୟାନ ଶିଶୁ ଓ କିଶୋରମାନଙ୍କ ଅବସର ବିନୋଦନରେ ସହାୟକ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ । ଏଥିରେ କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ବମ୍ବର ମିଶ୍ର, ସମସ୍ତ କାଉନସିଲ ସଭ୍ଯ/ସଭ୍ଯା ଏବଂ ସହରର ଜନସାଧାରଣ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.