ଭବାନୀପାଟଣାଠାରେ କଳାହାଣ୍ଡି କଂଗ୍ରେସର କର୍ମୀ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣ (ଅଲତାଫ ଅଲ୍ଲି ଖାଁ): ମଲ୍ଲିକାର୍ଜୁନ ଖଡଗେ କଂଗ୍ରେସ ଅଧ୍ୟକ୍ଷ ନିର୍ବାଚିତ ହେବାପରେ ନୂତନ ଉତ୍ସାହ ଉଦ୍ଦୀପନା ସହ ଅଭିଯାନ ଆରମ୍ଭ କରିଛି ଦଳ । ଆଗକୁ ୨୦୨୪ ନିର୍ବାଚନ ଥିବାରୁ କଳାହାଣ୍ଡି କଂଗ୍ରେସ ମଧ୍ୟ ଫୁଲ୍ ଦମରେ ନିଜର ରଣନିତି ଆରମ୍ଭ କରିଥିବା ଦେଖାଯାଇଛି । ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ମଜଭୁତ କରିବାକୁ ଅଣ୍ଟା ଭିଡିଛନ୍ତି କଂଗ୍ରେସ ନେତୃବୃନ୍ଦ । ସେହି କ୍ରମରେ ଆଜି ଭବାନୀପାଟଣା ସ୍ଥିତ ବିଜୁ କଲ୍ୟାଣି ମଣ୍ଡପ ଠାରେ କଳାହାଣ୍ଡି କଂଗ୍ରେସର କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଭକ୍ତ ଚରଣ ଦାସ, କଂଗ୍ରେସ ସଭାପତି ଭାରତ ବେମାଲ ଉପସ୍ଥିତ ରହି କଂଗ୍ରେସ କର୍ମୀମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ । ଆଗାମୀ ଦିନରେ ଦଳୀୟ ସଂଗଠନ କିପରି ମଜବୁତ ହୋଇପାରିବ ସେନେଇ ଆଲୋଚନା ପର୍ଯ୍ୟାଲୋଚନା ହୋଇଥିଲା । ରବିନ୍ଦ୍ର ପଟ୍ଟଯୋଶୀ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଏହି ସମ୍ମିଳନୀରେ ଜିଲ୍ଲାର କୋଣ ଅନୁକୋଣରୁ କଂଗ୍ରେସ କର୍ମୀ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.