ଅଯୋଧ୍ୟାରେ ଭବ୍ୟ ଦିପୋତ୍ସବରେ ଯୋଗଦେଲେ ପ୍ରଧାନମନ୍ତ୍ରୀ

ଓଡ଼ିଆ ବାର୍ତ୍ତା/ ଅଯୋଧ୍ୟା: ଅଯୋଧ୍ୟାରେ ଦୀପାବଳି ପୂର୍ବରୁ ଆଜି ସଂଧ୍ୟାରେ ଦୀପ ଉତ୍ସବ ଧୂମଧାମରେ ପାଳନ ହେଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି । ଅଯୋଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଥମେ ଶ୍ରରାମ ମନ୍ଦିର ନିର୍ମାଣ କାର୍ଯ୍ୟକୁ ବୁଲି ଦେଖିଥିଲେ । ରାମ ଜନ୍ମଭୂମି ମନ୍ଦିରରେ ରାମ ଲାଲାଙ୍କ ଦର୍ଶନ କରିବା ପରେ ପ୍ରଧାନମନ୍ତ୍ରୀ ଅଯୋଧ୍ୟାରେ ପ୍ରତିକାତ୍ମକ ରାମ ସୀତାଙ୍କୁ ରାଜ୍ୟାଭିଷେକ କରାଇଥିଲେ ।

କଳାକାରଙ୍କୁ ପ୍ରଶଂସା କରିବା ସହ ଯେଉଁମାନେ ରାମଙ୍କ ଅସ୍ତିତ୍ବକୁ ଯେଉଁମାନେ ପ୍ରଶ୍ନ ଉଠାଉଥିଲେ ସେମାନେ କେଉଁଠି ବୋଲି କଟାକ୍ଷ କରିଥିଲେ । ଭାରତର ମହାନ ସଂସ୍କୃତି ଏବଂ ରାମଙ୍କ ମହିମା ଉପରେ ଅନେକ ଉଦାହରଣ ଦେଇ ବକ୍ତବ୍ୟ ରଖିଥିଲେ ପ୍ରଧାନମନ୍ତ୍ରୀ । ଅଯୋଧ୍ୟାରେ ଦୀପୋତ୍ସବରେ 17 ଲକ୍ଷ ଦୀପ ଜଳାଇ ଉତ୍ସବ ମନାଇଥିବାରୁ  ଏଥିପାଇଁ ସମସ୍ତଙ୍କୁ ପ୍ରଶଂସା କରିଥିଲେ । ଦୀପାବଳି ପୂର୍ବରୁ ଦେଶବାସୀଙ୍କୁ ଦୀପାବଳିରେ ଶୁଭେଚ୍ଛା ଜଣାଇଥିଲେ ।  ରାମ କି ପେଡିଠାରେ ସରଜୁ ମାତାଙ୍କ ଆରତି କରିଥିଲେ ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ କହିଥିଲେ ପ୍ରଭୁ ଶ୍ରୀରାମ ଯେତେବେଳେ ଅଯୋଧ୍ୟା ଫେରିଥିବେ ସେତେବେଳେ ଅଯୋଧ୍ୟାରେ କିପରି ଉତ୍ସବର ମାହୋଲ ଥିବ ଆଜିର ଉତ୍ସବରୁ ତାହା  ଜଣାପଡୁଛି ।  ଆଜି ତ୍ରେତୟା ଯୁଗ ଭଳି ଅଯୋଧ୍ୟା ସଜାଇ ହୋଇଛି । ଦୀପାବଳିରେ ଦୀପ କେବଳ ଏକ ବସ୍ତୁ ନୁହେଁ । ଏହା ଭାରତର ଆଦର୍ଶ ମୂଲ୍ୟ ଦର୍ଶନର ନିଦର୍ଶନ । ପ୍ରଧାନମନ୍ତ୍ରୀ ଆହୁରି କହିଥିଲେ ଭାରତର ମୂଳମନ୍ତ୍ର ସତ୍ୟମେବ ଜୟତେର ଉଦଘୋଷଣ ହେଉଛି ଦୀପ । ସତ୍ୟର ସଦାବେଳେ ବିଜୟ ହୋଇଥାଏ । ଦୀପ ଜ୍ୟୋତି ପରମବ୍ରହ୍ମ , ଦୀପ ଜ୍ୟାତି ଜନାର୍ଦନ ବୋଲି ମହାନ ଋଷିମାନେ କହିଯାଇଛନ୍ତି । ଆଜିର ଏହି ପାବନ ଅବସରରରେ ଲଧ୍ୟାଧିକ ଦୀପର ଆଲୋକରେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ କହିଥିଲେ ଭଗବାନ ରାମ ବିଶ୍ବକୁ ଆଲୋକ ପ୍ରଦାନ କରିଛନ୍ତି ।

ଏହାପରେ ରାମାୟଣର କେତେକ ଦୃଶ୍ୟକୁ ଲେଜର ଶୋ ମାଧ୍ୟମରେ ପ୍ରଦର୍ଶନ କରାଯାଇଥିଲା । ସରଜୁ ଘାଟରେ ବସି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଯୋଗୀ ଆଦିତ୍ୟନାଥ ଏହାକୁ ଦେଖିଥିଲେ ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.