ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁମିତ କୁମାର ଅଗ୍ରୱାଲ): ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ଗ୍ରାମରେ ଆଜି ରାତି ଗ୍ରାମବାସୀମାନେ ହର୍ଷୋଲ୍ଲାସର ସହ ଛୋଟ ଦୀପାବଳି ପାଳନ କରୁଥିବା ବେଳେ ସମୟର ସଦ ଉପଯୋଗ ନେଇ ଅଜଣା ଦୁର୍ବୃତ୍ତମାନେ ପେଟ୍ରୋଲ ବୋତଲ ଢାଳି ଜିତୁ ଅଗ୍ରୱାଲ (ଜଗଦମ୍ବା ଇଲେକ୍ଟ୍ରୋନିକସ)ର ସମାନାରେ ଅବସ୍ଥିତ ଗୋଦାମ ଗୃହରେ ନିଆଁ ଲଗେଇ ଦେଇଥିଲେ । ଠିକ ସମୟରେ ନିକଟସ୍ଥ ଏବଂ ଗ୍ରାମର ଲୋକମାନେ ତତ୍ପରତା ଏବଂ ଏକତାର ସହିତ ଗୋଦାମକୁ ଖାଲି କରିବା ସହିତ ଅଗ୍ନିକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି । ତେବେ ଏପରି ଏକ ଅଭାବନୀୟ ଘଟଣା ଘଟିବା ଦ୍ୱାରା ଗ୍ରାମବାସୀଙ୍କ ମଧ୍ୟରେ ଭୟର ବାତାବରଣ ଦେଖା ଦେଇଛି । ଆଗକୁ ଏମିତି ଘଟଣାର ଯେମିତି ପୁନରାବୃତ୍ତି ନ ହେବ ସେନେଇ ପ୍ରଶାସନ ପ୍ରତିକାର ବ୍ୟବସ୍ଥା କରିବାକୁ ବୁଦ୍ଧିଜୀବୀ ମହଲରୁ ଦାବି ହେଉଛି ।