ବ୍ରିଟେନ ପ୍ରଧାନମନ୍ତ୍ରୀ ପଦ ଦୈାଡ଼ରେ ପୁଣି ଋଷି ସୁନକ୍

ଓଡ଼ିଆ ବାର୍ତ୍ତା/ ଲଣ୍ଡନ: ବ୍ରିଟେନର ପ୍ରଧାନମନ୍ତ୍ରୀ ଦୈାଡ଼ ପାଇଁ ପଉି ପ୍ରତିଯୋଗିତା ଆରମ୍ଭ ହୋଇଛି । ଆଉ କହିବାକୁ ଗଲେ ପ୍ରଧାନମନ୍ତ୍ରୀ ପାଇଁ ନିଜେ ପ୍ରାର୍ଥୀ ହେବାକୁ ଘୋଷଣା କରିଛନ୍ତି କଂଜରଭେଟିଭ ପାର୍ଟିର ଋଷି ସୁନକ । ବ୍ରିଟେନର  ପରବର୍ତ୍ତୀ  ପ୍ରଧାନମନ୍ତ୍ରୀ ପଦ ପାଇଁ ନିଜର ପ୍ରାର୍ଥୀତ୍ବ  ଘୋଷଣା କରିବା ବେଳେ ସେ ଦେଶର ଅର୍ଥନୀତିକୁ ପ୍ରାଧାନ୍ୟ ଦେବେ ବୋଲି କହିଛନ୍ତି । ୟୁନାଇଟେଡ ଏକ ମହାନ ଦେଶ । କିନ୍ତୁ ଏବେ ଚିନ୍ତାଜନକ ଅବସ୍ଥାରେ  ଅର୍ଥନୀତି ପହଁଚିଥିବା ସେ କହିଛନ୍ତି । ଦେଶର ଆର୍ଥିକ ଅବସ୍ଥା ସୁଧାରିବାକୁ ସେ ପ୍ରଧାନମନ୍ତ୍ରୀ ହେବାକୁ ଚାହାଁନ୍ତି । ଅର୍ଥନୀତିକୁ ସ୍ଥିରତାରେ ରଖିବା ଏବଂ ଦଳକୁ ଏକତା ସୂତ୍ରରେ ବାନ୍ଧିବା  ତାଙ୍କର ପ୍ରଥମ କାମ ହେବ ବୋଲି ସେ ଟୁଇଟ କରିଛନ୍ତି ।

ପ୍ରଧାନମନ୍ତ୍ରୀ ହେଲେ ଦେଶର ଅର୍ଥନୀତିକୁ ସଜାଡ଼ିବେ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି । ତେବେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଭାବେ ପୁଣି ବୋରିଶ ଜନସନ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚା ହେଉଛି  ।ତେବେ ଆଉ ଗୋଟିଏ ସପ୍ତାହ ମଧ୍ୟରେ ଆଉ କିଏ ପ୍ରାର୍ଥୀ ହେବେ ତାହା ସ୍ପଷ୍ଟ ହୋଇଯିବ । ଏପର୍ଯ୍ୟନ୍ତ ସୁନକଙ୍କୁ ୧୨୮ ସାଂସଦଙ୍କ ସମର୍ଥନ ମିଳିଛି । ୧୦୦ ସାଂସଦଙ୍କ ସମର୍ଥନ ମିଳିଲେ ଜଣା ପ୍ରାର୍ଥୀ ହୋଇପାରିବେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.