ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ଠାରେ ପାଠଚକ୍ର ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ଚନ୍ଦାହାଣ୍ଡି (କାମିନୀ ରଞ୍ଜନ ପାଣ୍ଡେ): ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ଚନ୍ଦାହାଣ୍ଡି ବ୍ଲକ ସଦର ଠାରେ ଥିବା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ପ୍ରାଙ୍ଗଣରେ ନବରଙ୍ଗପୁର ଜିଲ୍ଲାସ୍ତରୀୟ ଦଶକର୍ମଧାରାର ଶିକ୍ଷା ଓ ଗବେଷଣାତ୍ମକ ଶ୍ରୀ ଅରବିନ୍ଦ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି ।ଉକ୍ତ ପାଠଚକ୍ରରେ ଜିଲ୍ଲା ସଂଯୋଜକ ସୁରେଶ କୁମାର ମିଶ୍ର, ଇନ୍ଦ୍ରାବତୀରୁ ସୁଧିରାଜ ରାଉତ, ନବରଙ୍ଗପୁରରୁ ସୁଜାତା ମିଶ୍ର, ସଙ୍ଗୀତା ପଟ୍ଟନାୟକ, ବି. ମାଲିଗୁଡ଼ାରୁ ବଳରାମ ଜଗତ, ରଶ୍ମି ଅପା, ଉମରକୋଟରୁ ଦେବେନ୍ଦ୍ର ପ୍ରସାଦ ନାୟକ, ପ୍ରଳିଭା ଅପା, ଲକି ଭାଇ, ପାପଡ଼ାହାଣ୍ଡିରୁ ଶ୍ୟାମ ସୁନ୍ଦର ନୀଙ୍ଗି ଭାଇ ତତ ସହିତ ଚନ୍ଦାହାଣ୍ଡିରୁ ଶତାଧିକ ମାତୃପ୍ରେମୀ ଅପା ଭାଇ, ଛାତ୍ର ଛାତ୍ରୀ ଏବଂ ଅଭିଭାବକ ମାନେ ଯୋଗଦେଇଥିଲେ । କାର୍ଯ୍ୟ କ୍ରମରେ ସର୍ବପ୍ରଥମେ ଗୌରୀ ଶଙ୍କର ଡଙ୍ଗରୀ ସମସ୍ତଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ । ଏହା ପରେ ଏକ କାଳୀନ ଏବଂ ଆନୁକ୍ରମିକ ଶିକ୍ଷା ଦାନ ବିଷୟରେ ଦଳ ଗତ ଆଲୋଚନା ହୋଇଥିବାବେଳେ ଦେବେନ୍ଦ୍ର ପ୍ରସାଦ ନାୟକ ବର୍ତ୍ତମାନ ପରିପେକ୍ଷୀରେ ପୂର୍ଣ୍ଣାଙ୍ଗ ଶିକ୍ଷାର ଆବଶ୍ୟକତା ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଲାଲଧର, ସଞ୍ଜୟ, ସୁରେଶ, ଭୈରବ ମାଝୀ କପିଳାସ, ଶରତ, ସୁନୀତା ଭୋଇ ଆଦି ଅପା ଭାଇ ସହଯୋଗ କରିଥିଲେ । ଶେଷରେ ଚନ୍ଦାହାଣ୍ଡି ବ୍ଲକ ଆବାହକ ଭୋଲା ଶଙ୍କର ସୁନା, ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.