ତେରେସିଙ୍ଗା କ୍ଲଷ୍ଟରରେ ଶିଶୁ ମହୋତ୍ସବ ସୁରଭି-୨୦୨୨

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ କ୍ଲଷ୍ଟରରେ ଆଞ୍ଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ତେରେସିଙ୍ଗା କ୍ଲଷ୍ଟରରେ ଆୟୋଜିତ ଶିଶୁ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ତେରେସିଙ୍ଗା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗରୁଡ଼ଧ୍ୱଜ ଗହୀର, ସମ୍ମାନିତ ଅତିଥି ସିଆରସିସି ହେମନ୍ତ ନାଏକ ଯୋଗଦେଇ କୃତି ଛାତ୍ର ଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । ଶିକ୍ଷକ ନୀଳମଣି ଗହୀର ସଂଯୋଜନା କରିଥିବା ବେଳେ ଶିକ୍ଷକ ପର୍ଶୁରାମ ଓଝା, ପ୍ରୀତମ ହୋବୋ, କ୍ଷୀରସାଗର ରଣା, ମନୁ ଦାସ ସଞ୍ଜୟ ନାଏକ, ପ୍ରଶାନ୍ତ ସାହୁ, ଆଶିଷ କୁମାର ମଲ୍ଲିକ, ପଙ୍କଜ ବାରିକ, ସୁଧୀର ରଞ୍ଜନ ସୁନା, ରତନ ଭୋଇ ଓ ଲକ୍ଷ୍ମଣ ଭୋଇଙ୍କ ସମେତ ରିଂଜା ହାଇସ୍କୁଲ, ଟକରୁମାଲ ୟୁ.ପ୍ରା.ବି, ବଗବୁରେଇ ପ୍ରାବି, ସରଗୁଲ ପ୍ରାବି, ମାଲପଡା ୟୁଜିଏଚଏସ, ପୁଟୀଗାଁ, ସାନଡୁଙ୍ଗୁରିଗୁଡା, ବିନ୍ଧାଣି, ତେରେସିଙ୍ଗା ବିଦ୍ୟାଳୟ ଗୁଡିକର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.