‘ବିରିଆନିରେ ବ୍ୟବହାର ହେଉଥିବା ମସଲା ପୁରୁଷଙ୍କ ଯୌନ ଅକ୍ଷମତାକୁ ବୃଦ୍ଧି କରୁଛି’

ଓଡ଼ିଆ ବାର୍ତ୍ତା/ କୋଲକାତା: ବିରିଆନି ପ୍ରସ୍ତୁତିରେ ବ୍ୟବହାର ହେଉଥିବା ମସଲା ଏବଂ ଅନ୍ୟାନ୍ୟ ସର଼ଞ୍ଜାମରେ ଗଡବଡ ରହିଛି। ତେଣୁ ଆପଣ ଦୋକାନ ଖୋଲିପାରିବେ ନାହିଁ। ଏପରି କହି ପଶ୍ଚିମବଙ୍ଗ କୋଚ ବିହାରରେ ଥିବା ଦୁଇଟି ବିରିଆନୀ ଦୋକାନ ବଳପୂର୍ବକ ଭାବେ ବନ୍ଦ କରିଦେଇଛନ୍ତି ମମତା ସରକାରର ପୂର୍ବତନ ମନ୍ତ୍ରୀ ତଥା ଟିଏମସି ନେତା ରବିନ୍ଦ୍ର ନାଖ ଘୋଷ। ମମତା ବାନାର୍ଜୀଙ୍କ ସରକାରର ପୂର୍ବତନ ମନ୍ତ୍ରୀ ରବୀନ୍ଦ୍ର ନାଥ ଘୋଷ କହିଛନ୍ତି, ଅନେକ ଲୋକ ଅଭିଯୋଗ କରିଛନ୍ତି ଯେ ବିରିଆନି ତିଆରି କରିବା ପାଇଁ ବ୍ୟବହୃତ ହେଉଥିବା ସାମଗ୍ରୀ ଓ ମସଲା ପୁରୁଷଙ୍କ ସେକ୍ସ ଡ୍ରାଇଭକୁ କମ୍ କରିଥାଏ। ଅର୍ଥାତ୍ ଯୌନ କ୍ଷମତାକୁ ହ୍ରାସ କରୁଛି ବା ଅକ୍ଷମତାକୁ ଦର୍ଶାଉଛି।

Omkar Vasthu
Omkar Vasthu

ସେ କହିଛନ୍ତି, ଅନେକ ଦିନ ଧରି ଏଠିକାର ଲୋକଙ୍କ ପକ୍ଷରୁ ଅଭିଯୋଗ ଆସୁଛି ଯେ ସେମାନେ ଜାଣିପାରୁନାହାନ୍ତି ଯେ କେଉଁ ମସଲାରେ ବିରିଆନି ତିଆରି କରାଯାଉଛି ଯାହା ପୁରୁଷଙ୍କର ଯୌନକ୍ରିୟାକୁ ରୋକିବାରେ ବାଧକ ସାଜୁଛି। କୋଚବିହାର ମ୍ୟୁନିସିପାଲିଟିର ବର୍ତ୍ତମାନର ଅଧ୍ୟକ୍ଷ ଆହୁରି ଅଭିଯୋଗ କରିଛନ୍ତି ଯେ ବିହାର ଏବଂ ଉତ୍ତରପ୍ରଦେଶ ଭଳି ରାଜ୍ୟର ଲୋକମାନେ ଏହି ଅଞ୍ଚଳରେ ବିରିଆନି ବିକ୍ରି କରୁଛନ୍ତି ଏବଂ ବିନା ଲାଇସେନ୍ସରେ ଦୋକାନଗୁଡିକ ଚାଲୁଛି। ଏସବୁ ଅଭିଯୋଗ ପରେ ଟିଏମସି ନେତା  ସେହି ସ୍ଥାନକୁ ଆସି ଦୋକାନଗୁଡ଼ିକର ଟ୍ରେଡ୍ ଲାଇସେନ୍ସ ନଥିବାରୁ ଦୋକାନ ବଜାର ବନ୍ଦ କରିଛନ୍ତି ବୋଲି କହିଛନ୍ତି। ଉଲ୍ଲେଖଯୋଗ୍ୟ, ଏହି ବିବାଦ ଆଗାମୀ ଦିନରେ ତୀବ୍ର ହୋଇପାରେ। କାରଣ ଶାସକ ଦଳ ଟିଏମସି ବିଧାନସଭା ନିର୍ବାଚନ ବେଳେ ବେଙ୍ଗଲି ଭାଷା କହୁନଥିବା ଲୋକଙ୍କୁ ବାହାର ଲୋକ କହି ନିର୍ବାଚନ ଲଢିଥିଲା। ଏପରି କହି ଟିଏମସି ବିଜେପିକୁ ହିନ୍ଦୀ ଭାଷା କହୁଥିବା ଦଳ ବୋଲି କହି ଅସ୍ମିତାର କାର୍ଡ ଖେଳିଥିଲା। ଏବେ ଯଦିଓ ସମାନ ନୁହେଁ ହେଲେ ସେହି ପ୍ରକାର ଏକ ଅଭିଯୋଗ ଆଣି ୟୁପି ଓ ବିହାର ବିରିଆନି ଦୋକାନ ବନ୍ଦ କରିଦେଇଛନ୍ତି ଟିଏମସି ନେତା।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.