ସାମ୍ୟବାଦୀ ଓ ନବଯୁଗ ସାହିତ୍ୟର ସ୍ରଷ୍ଟା ଭଗବତୀ ଚରଣ ପାଣିଗ୍ରାହୀଙ୍କୁ ଶ୍ରଦ୍ଧାଞ୍ଜଳି

ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): ବିପ୍ଳବୀ ଭଗବତୀ ଚରଣ ପାଣିଗ୍ରାହୀ ଆନ୍ତର୍ଜାତୀୟ ଚେତନା, ମୁକ୍ତି, ସମତା, ଭାତୃତ୍ବ ଓ ବିଶ୍ଵଶାନ୍ତି ସଂଗ୍ରାମର ଅଗ୍ରବାହାକ । ସେ ଏକଧାରରେ ଥିଲେ ସ୍ବାଧୀନତା ସଂଗ୍ରାମୀ, ଗଡଜାତ ପ୍ରଜା ଆନ୍ଦୋଳପର ଅଟଳସ୍ତମ୍ଭ, ଓଡିଶା ଚାଷୀମୂଲିଆ ଆନ୍ଦୋଳନର କାଣ୍ଡାରୀ ଓ ସାମ୍ୟବାଦୀ ସଂଗଠନର ପ୍ରାଣପ୍ରତିଷ୍ଠିତା, ସର୍ବୋପରି ଓଡିଶାର ସାହିତ୍ୟ ଓ ସଂସ୍କୃତିରେ ଆଣିଥିଲେ ଏକ ନୂଆ ଯୁଗ । ଆଜି ତାଙ୍କ ୭୯ତମ ସ୍ମୃତି ବାର୍ଷିକୀ ଉପଲକ୍ଷେ ସତୀଚଉରାସ୍ଥିତ ସ୍ମୃତିପାଠରେ ଆଜିସକାଳେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଶ୍ରଦ୍ଧାର୍ପଣ ସଭାରେ ବିଭିନ୍ନ ବର୍ଗର ନେତୃବୃନ୍ଦ ଯୋଗଦେଇ ଭଗବତୀ ମାତ୍ର ୩୮ ବର୍ଷର ଜୀବନକାଳ ମଧ୍ୟରେ ତାଙ୍କ ମାନବିକତା, ସେବାପରାଣୟତା, ନ୍ୟାୟନିଷ୍ଠ, ସତସାହାସ,ସକଳ ପ୍ରକାର କୁସଂସ୍କାର ଓ ଶୋଷଣ ବିରୋଧି କାର୍ଯ୍ୟଯୋଗୁ ଓଡିଶାର ସବୁକ୍ଷେତ୍ରରେ ତାଙ୍କର ପାଦ ଚିହ୍ନ ରଖିଦେଇ ଯାଇଛନ୍ତି ବୋଲି କହିଥିଲେ । ଉତ୍କଳ ଗୌରବ ମଧୁସୁଦନ ଉତ୍କଳୀୟକଂ ମଧ୍ୟରେ ନବଯାଗରଣ ସୃଷ୍ଟିକରିଥିଲେ ।ପଣ୍ଡିତ ଗୋପବନ୍ଧୁ ଓଡିଶାକୁ ମହା ଭାରତୀୟତା ସହ ସଂଯୋଗ କରିଥିଲେ । ଭଗବତୀ ଓଡିଶାକୁ ଆଣିଥିଲେ ଆନ୍ତର୍ଜାତୀକତା । ଅମରେନ୍ଦୁ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ବିଜୟ କୁମାର ପଢିହାରୀ, ବର୍ଷିୟାନ ଶିକ୍ଷକ ନେତା ବିବେକାନନ୍ଦ ଦାଶ, ସିପିଏମ ନେତା ରବିନାରାୟଣ ମଲ୍ଲିକ, ଏସୟୁସି ଆଇ ନେତା ଖଗେଶ୍ବର ସେଠୀ, ସଂଗ୍ରାମୀ ଫୋରମର ଆବାହକ ପ୍ରଶାନ୍ତ ଦାସ, ହେତୁବାଦୀନେତା ଦେବେନ୍ଦ୍ର ସୁତାର, ଶ୍ରମିକ ନେତା କିଶୋର ଜେନା, ବିମା କର୍ମଚାରୀ ନେତା ଅଭୟ କୁମାର ଦାସ, ବ୍ୟାଙ୍କ କର୍ମଚାରୀ ନେତା ପ୍ରଦୀପ ଷଡଙ୍ଗୀ, କର୍ପୋରେଟର ରୀତାଞ୍ଜଳୀ ବେହେରା, ରାମଚନ୍ଦ୍ର ବେହେରା, ଅଶୋକ ତା, ଅଭୟ ପଟ୍ଟନାୟକ, କୁଞ୍ଜ ବିହାରୀ ପଣ୍ଡା, ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମକୁ ସିପିଆଇ ଜିଲ୍ଲା ସଂପାଦକ ବିନୋଦ ବେହେରା ସଂଯୋଜନା କରିଥିଲେ । ଭ୍ରମରବର ସାହୁ, ସଂଜୟ କୁମାର ପରିଜା, ରବୀନ୍ଦ୍ରନାଥ ଜେନା, ସାନନ୍ଦ ସେଠୀ, ପ୍ରସନ୍ନ ମହାପାତ୍ର, ବଂଶୀଧର ସେଠୀ, ଜଗନ୍ନାଥ ମଲ୍ଲିକ, ଶୁଧାଂଶୁ ଜେନା, ମଳୟ ପଣ୍ଡା, ଜିୟା ସରିଫ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.