ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ଗୋପୀନାଥପୁର (ବୋରିଂପଦର) ଗ୍ରାମରେ ମହାସମାରୋହରେ ଭରଦ୍ୱାଜ ଗୋତ୍ରୀ ଭୋଇ ବଂଶର ଦ୍ୱିତୀୟ ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲାର କୋଣ ଅନୁକୋଣରୁ ୪୦୦ ଜଣ ଭୋଇ ବଂଶଧର ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଜିଲ୍ଲା ବଂଶ ସୁରକ୍ଷା ଅଧ୍ୟକ୍ଷ କେଶବ ଚନ୍ଦ୍ର ବିଶ୍ୱାଳ ଯୋଗଦେଇଥିଲେ। ଭାରଦ୍ୱାଜ ଗୋତ୍ରୀ ଭୋଇ ବଂଶର ସଭାପତି ସଂଜୀବ ଭୋଇ, ସମ୍ପାଦକ ଶରତ ଚନ୍ଦ୍ର ଭୋଇ ଓ ସଂଯୋଜଳ ବିଜୟ କୁମାର ଭୋଇଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସଭା କାର୍ଯ୍ୟ ପରିଚାଳିତ ହୋଇଥିଲା। ସଭାରେ ବଂଶଧରଙ୍କ ପରିଚୟ ପ୍ରଦାନ, ଇଷ୍ଟ ଦେବାଦେବୀଙ୍କ ପୂଜାର୍ଚ୍ଚନା, ଆୟବ୍ୟୟ ଉପସ୍ଥାପନା ଏବଂ ବିଭିନ୍ନ ସମସ୍ୟା ସମ୍ବନ୍ଧରେ ଆଲୋଚନା, କରାଯାଇଥିଲା। ଭୋଇ ବଂଶର ବରିଷ୍ଠ କଳାକାର ଜଗୁଲାଲ ଭୋଇଙ୍କ ତତ୍ୱାବଧାନରେ ସରିଆଁ ଗ୍ରାମର ବଂଶଧର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ବିଜୟ କମାର ଭୋଇ ମଞ୍ଚ ପରିଚାଳନା କରିଥିଲେ ।
ଥବିର ଭୋଇ, ମୁରଲୀ ଭୋଇ, ବାଳକୃଷ୍ଣ ଭୋଇ, ମନମୋହନ ଭୋଇ, ଜୀବରଧନ ଭୋଇ, ନରହରି ଭୋଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଘନଶ୍ୟାମ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।