ବେହେରାପାର୍ଟି ତ୍ରୀନାଥ ମେଳାର ରୌପ୍ୟ ଜୟନ୍ତୀ ସମାରୋହ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ସର୍ଗୀଗୁଡା ଗ୍ରାମ ପଞ୍ଚାୟତ ଅଧିନସ୍ଥ ବେହେରାପାଟି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି ତ୍ରିନାଥ ମେଳାର ରୌପ୍ୟ ଜୟନ୍ତୀ ସମାରୋହ । ବେହେରାପାର୍ଟି ଶ୍ରୀରାମ କମିଟି ଦ୍ୱାରା ପରିଚଳିତ ତ୍ରୀନାଥ ମେଳାକୁ ୨୫ ବର୍ଷ ପୁରଣ ହେଲା । ବେହେରାପାଟି ତ୍ରୀନାଥ ମେଳାର ରୌପ୍ୟ ଜୟନ୍ତୀ ଉତ୍ସବ ଅବସରରେ ଏକ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରିଥିଲା ଶ୍ରୀରାମ ତ୍ରୀନାଥ ମେଳା କମିଟି । ପରିଚାଳନା କମିଟିର ବରିଷ୍ଠ ସଦସ୍ୟ ଭବାନୀ ନାଏକ, ପ୍ରେମାନନ୍ଦ ବଗର୍ତ୍ତି, ନିଧି ବାଗ, ଲୋଚନ ଗଉଡ, ତୁମେଶ୍ୱର ନାଏକ, ଶେଷଦେବ ନାଏକ, ତୁଳସୀରାମ ପୋଢ, ସଞ୍ଜୀବ ମାହାର, ଯଦୁମଣି ପଧାନ, ପୂର୍ଣ୍ଣଚନ୍ଦ୍ର ମହାପାତ୍ର ପ୍ରମୂଖଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରଥମ ଦିନ ଅଧିବାସ କାର୍ଯ୍ୟକ୍ରମ ତଥା ପରଦିନ ତ୍ରୀନାଥ ମେଲା ରୌପ୍ୟ ଜୟନ୍ତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନିକଟସ୍ଥ ସାନ୍ଦୁଲ ନଦୀରୁ ସଂଧ୍ୟା ୫ ଘଣ୍ଟା ସମୟରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା । ୮ ଘଂଟା ସମୟରେ ବେହେରାପାଟିର ବହୁ ପ୍ରସିଦ୍ଦ ଶ୍ରୀରାମ ମନ୍ଦିର ପରିସରରେ ଅବସ୍ଥିତ ତ୍ରୀନାଥ ମନ୍ଦିରରେ ବହୁ ସଂଖ୍ୟାରେ ଭକ୍ତ ମାନଙ୍କ ସମାଗମ ଦେଖିବାକୁ ମିଳୀଥିଲା । ସକାଳୁ ପ୍ରଭୁଙ୍କୁ ସ୍ନାନମାର୍ଜନା କଲା ପରେ ବାଳଭୋଗ ଓ ମଙ୍ଗଳ ଆଳତୀ ଲାଗି ହୋଇଥିଲା । ସଂଧ୍ୟା ୬ ଘଂଟା ୩୦ ମିନିଟ ସମୟରେ ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଚଳିତ ବର୍ଷ ପୂଜାକର୍ତ୍ତା ଭାବରେ ଥବିର ଭୋଇ ଓ ସଙ୍ଗୀତା ଭୋଇ ଦମ୍ପତି ଦାଇତ୍ୱ ନିର୍ବାହନ କରିଥିଲେ । ବ୍ରହ୍ମା ପଣ୍ଡିତ ଭାବରେ ସର୍ଗିଗୁଡାର ଦୁଃଖିଶ୍ୟାମ ମିଶ୍ର ପୂଜନ କାର୍ଯ୍ୟ ସମ୍ପାଦନ କରିଥିଲେ । ବେହେରାପାଟି ଗ୍ରାମର ଆବାଳ ବୃଦ୍ଧ ବନୀତା ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଥିଲେ । ଏହି ଉପଲକ୍ଷେ ଅଧିବାସ ଦିନ ସଂଧ୍ୟା ୭ ଘଣ୍ଟା ସମୟରେ ନୀଳଚକ୍ର ସାଂସ୍କୃତିକ ଅନୁଷ୍ଠାନ ନର୍ଲା ତରଫରୁ ଭଜନ ସଂଧ୍ୟାର କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏଥିରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ମାଷ୍ଟର ଲକ୍ଷ୍ମଣ ବାଗ, ପ୍ରଦୀପ କୁମାର ନାଏକ, ବିଜୟ କୁମାର ପଣ୍ଡା, ପ୍ରମୋଦ କୁମାର ପରିଡା, ଶିବରାମ ସାହୁ, ଯଶୋବନ୍ତ ଚନ୍ଦନ, ଭକ୍ତଚରଣ ନାଏକ, ବେହେରାପାଟି ଗ୍ରାମର ଗଣେଶ ବଗର୍ତ୍ତି, ନିର୍ମଳ ବଗର୍ତ୍ତି, ରମେଶ ନାଏକ ପ୍ରମୁଖ ସଂଗୀତ ପରିବେଶଣ କରିଥିବା ବେଳେ ପ୍ରସନ୍ନ କୁମାର ଗଉଡ ତବଲା ସଙ୍ଗତ କରିଥିଲେ, ମଧୁପୁର ର ରାଜେନ୍ଦ୍ର ଛତର ଅର୍ଗାନ ପରିଚାଳନା କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ ତଥା ଭାଗବତିଆ କବି ମଧୁସୁଦନ ରାଉତ ମଞ୍ଚ ସଂଯୋଜନା କରିଥିଲେ । ରୌପୟ ଜୟନ୍ତୀ ଉତ୍ସବ ସଂଧ୍ୟାରେ ସର୍ଗିଗୁଡା ଡିଗିରାପଡାର ସଂକିର୍ତ୍ତନ ମଣ୍ଡଳୀ ସଂକୀର୍ତ୍ତନ ପରିବେଷଣ କରିଥିଲେ । ମନୋରଞ୍ଜନ କାର୍ଯ୍ୟକ୍ରମ ମଧ୍ୟରେ ଦଣ୍ଡନୃତ୍ୟ ଅନୁଷ୍ଠିତ ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.