ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦଙ୍କୁ ସ୍ବାଗତ କରିବାକୁ ଏକତ୍ରିତ ହେଲେ ଗୋଳାମୁଣ୍ଡା ବ୍ଲକବାସୀ, ଦେଖାଗଲା ଜନ ସମୁଦ୍ର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଜାତୀୟ ସ୍ତରୀୟ ପିପିସି ତାଲିମ ପାଇଁ ରାଜ୍ୟ ସରକାର ତରଫରୁ ଚୟନ ହୋଇ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଦିଲ୍ଲୀ ଯାଇଥିଲେ ଓ ଦୁଇ ଦିନ ତାଲିମ କରି ନିଜ ଅଞ୍ଚଳକୁ ଫେରୁଥିବା ସମୟରେ ଅଧ୍ୟକ୍ଷଙ୍କ ସମର୍ଥନ କାରୀମାନେ ନୂଆପଡା କଳାହାଣ୍ଡି ଜିଲ୍ଲା ସୀମା ସ୍ଥିତ ତୁମୁରା ଠାରେ ପ୍ରବଳ ଜନସମୁଦାୟଙ୍କ ସହ ଉପସ୍ଥିତ ରହି ସ୍ବାଗତ ସମ୍ବନ୍ଧନା କରିଛନ୍ତି । ତୁମୁରା ଠାରୁ ଗୋଳାମୁଣ୍ଡା ଶିବାଜୀ ଷ୍ଟାଡିୟମ୍ ପର୍ଯ୍ୟନ୍ତ ଅତିକମରେ ତିନି ହଜାର ଲୋକ ବାଇକ୍ ରେଲି ମାଧ୍ୟମରେ ଶ୍ରୀ ମହାନନ୍ଦଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରି ପାଛୋଟି ଆଣିଥିଲେ । ସେଠାରେ ଏକ ବଡ ଧରଣର ବୈଠକ ମଧ୍ୟ ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକ ଉପାଧ୍ୟକ୍ଷା ପଞ୍ଚମୀ ଦୀପ, ଗୋଲାମୁଣ୍ଡା ସରପଞ୍ଚ ତଥା ସରପଞ୍ଚ ସଂଘ ସଭାପତି ପୁରୁଷୋତ୍ତମ ରାଉତ, ମାନଝରୀ ସରପଞ୍ଚ ଜଗୁଜୀବନ ଅଘ୍ରିଆ, ଗୋଲାମୁଣ୍ଡା ସମିତି ସଭ୍ୟା ବନିତା ନାଏକ, ଖଲିଆକାନି ସମିତି ସଭ୍ୟା ସସ୍ମିତା ମଙ୍ଗରାଜ, ମହାଲିଙ୍ଗ ସମିତି ସଭ୍ୟ କିରଣ ସିଂ ଦେଓ, ଲେତେର ସମିତି ସଭ୍ୟା ସପୁରୀ ଭୋଇ, ଉଦେଶୃଙ୍ଗ ସମିତି ସଭ୍ୟ ଚୈତନ୍ୟ ମାଝୀ, ନକଟିକାନି ସମିତି ସଭ୍ୟ ମହିରାମ ମାଝୀ, ଖଲିଆପାଲି ସମିତି ସଭ୍ୟ ରୋହିତ ଜଗତ, ଗୋଲାମୁଣ୍ଡା ମଣ୍ଡଳ ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ଦେବରାଜ ରାଉତ ଓ ଦଶପୁର ମଣ୍ଡଳ ଜିଲ୍ଲା ପରିଷଦ ସଭ୍ୟାଙ୍କ ପ୍ରତିନିଧି ଦିଲିପ ମାଝୀ, ଏଓଏସିଏଫ ଗୋଲାମୁଣ୍ଡା ବ୍ଲକ ସଭାପତି କ୍ଷେତ୍ରମୋହନ ଛତ୍ରିଆ, ନୂଆଗାଁ ପୂର୍ବତନ ସରପଞ୍ଚ ଶ୍ୟାମ ସୁନ୍ଦର ଛତ୍ରିଆ, କେଗାଁ ପୂର୍ବତନ ସରପଞ୍ଚ ରବି ତାଣ୍ଡି, ଲେତେରର ପୂର୍ବତନ ସରପଞ୍ଚ ଗୋବିନ୍ଦ ବାଗ, ଦଶପୁର ପେକ୍ସ ସଭାପତି ରବିନ୍ଦ୍ର ସାହୁ, ପର୍ଶୁରାମ ଭୋଇ, ଲମ୍ବୁଧର ପଟେଲ, ଚତୁର୍ଭୁଜ ଅଘ୍ରିଆ, ଜୟରାମ ସାହୁ, କାର୍ତ୍ତିକ ପୁରୋହିତ, ଟଙ୍କଧର ନାଏକ, ଲଳିତ ମଙ୍ଗରାଜ ପ୍ରମୁଖ ମଞ୍ଚାଶୀନ ଥିବା ବେଲେ ସୁବାଷ ନାଏକ ଓ ଅଶ୍ବୀନ ମଳ୍ଲିକ ସଭାପରିଚାଳନା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷଙ୍କ ଏତେ ଜନ ସମୁଦ୍ର ଦେଖି ଲୋକେ ବିଶ୍ବାସ କରି ପାରୁ ନ ଥିବା ବେଳେ ଆମେ ସମସ୍ତେ ବିନ୍ଦୁ ମହାନନ୍ଦଙ୍କ ସମର୍ଥନ ଅଟୁ ବୋଲି ଜନସାଧାରଣ ପ୍ରକାଶ କରିଛନ୍ତି । ଏତିକି ଯାନ ବାହାନ ଓ ଜନ ସମର୍ଥନ ଦେଖି ମୁ ମଧ୍ୟ ଆଶ୍ଚର୍ଯ୍ୟ ହେଲି ଓ ମୋର ଅଜାଣତରେ ହଜାର ହାଜର ମୋର ସମର୍ଥନ କାରୀ ସ୍ବାଗତ ସମ୍ବର୍ଦ୍ଧନା କରିଥିବାରୁ ସମସ୍ତଙ୍କୁ ମୁଁ ଧନ୍ୟବାଦ ଦେଉଛି ବୋଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ମହାନନ୍ଦ ପ୍ରକାଶ କରିଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.