ପୁଣି ମାତିଲେ ମାଓବାଦୀ: ଠିକାଦାରଙ୍କ କ୍ୟାମ୍ପରେ ଥିବା ବିଭିନ୍ନ ଗାଡି ପୋଡ଼ିଲେ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): ପୁଲିସ୍ ଇନଫର୍ମର ଦର୍ଶାଇ ସୋମବାର ଦିନ ବେଳା ମାଓବାଦୀ ମାନେ ଜଣେ ଯୁବକଙ୍କୁ ଗୁଳିକରି ହତ୍ୟା କରିଥିବା ବେଳେ ରାତିରେ ପୁଣି ଏକ କ୍ୟାମ୍ପକୁ ନଷ୍ଟ କରିଛନ୍ତି । କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ସୁଡ୍ରା ପଞ୍ଚାୟତର ଆମ୍ବାବାଡ଼ି ଗାଁରେ ଜଣଙ୍କୁ ନୃସଂଶ ଭାବେ ହତ୍ୟା କରିଛନ୍ତି ଲାଲ ବାହିନୀ । ମୃତକ କୁନାସଲୁ ନିକଟସ୍ଥ କ୍ଲମ୍ବାଜକି ଗ୍ରାମର ନୀଳକଣ୍ଠ ମଲ୍ଲିକ ବୋଲି ଜଣାପଡ଼ିଛି । ଏକାବେଳେ ଗୋଟିଏ ଦିନରେ ଦୁଇଟି ହିଂସାକାଣ୍ଡ ରଚିଛନ୍ତି ମାଓ ବାହିନୀ । ସୂଚନା ଅନୁଯାୟୀ କ୍ଲମ୍ବାଜକି ଗାଁ ଠାରୁ ୧୦ କିଲୋମିଟର ଦୂରରେ ଥିବା ସୁଡ୍ରା ପଞ୍ଚାୟତ କାତେଭଟା ଛକ ଠାରୁ ପିପାଲି ଗ୍ରାମ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରାସ୍ତା କାମ ଚାଲିଥିଲା । ଏଥିରେ ୧୫ରୁ ଊର୍ଦ୍ଧ୍ଵ ସଶସ୍ତ୍ର ମାଓବାଦୀ ମାନେ ଠିକାଦାରଙ୍କ କ୍ୟାମ୍ପରେ ପଶି ୨ଟି ଜେସିପି, ୨ଟି ଟ୍ରାକ୍ଟର, ଦୁଇଟି, ମିକ୍କିଚର୍ ମେସିନ ଜାଳି ଦେଇଛନ୍ତି । ଯାହାକି ପୁଲିସ ପାଇଁ ଏବେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି । ସେପଟେ ଏହିକାଣ୍ଡ କେକେବିଏନ ମାଓ ସଂଗଠନ କରିଛନ୍ତି ବୋଲି ପୋଷ୍ଟର ଓ ବ୍ୟାନର ଛାଡି ଯାଇଥିବା ସୂଚନା ମିଳିଛି । ଏ ନେଇ ପୋଲିସ ପକ୍ଷରୁ କୌଣସି ମତାମତ ମିଳିପାରିନାହିଁ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.