କେହି ବନ୍ଧୁକ ଧରି ଆଉ କେହି କଲମ ଧରି ନକ୍ସଲବାଦକୁ ବଢାଉଛନ୍ତି: ମୋଦୀ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ହରିଆଣାର ସୁରଜକୁଣ୍ଡରେ ବିଭିନ୍ନ ରାଜ୍ୟର ଗୃହମନ୍ତ୍ରୀ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଉପରାଜ୍ୟପାଳ ଓ ପ୍ରଶାସିନକ ଅଧିକାରୀଙ୍କୁ ନେଇ ଚାଲିଥିବା ଦୁଇ ଦିନିଆ ‘ଚିନ୍ତନ ଶିବିର’ର ଆଜି ଶେଷ ଦିନ। ଏହି ସମୟରେ ଦେଶର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବାକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଦେଶର ସମସ୍ତ ରାଜ୍ୟର ଗୃହ ସଚିବ ଡିଜିପି, ସଶସ୍ତ୍ର ବାହିନୀ ଏବଂ କେନ୍ଦ୍ରୀୟ ସୁରକ୍ଷା ବାହିନୀର ଅଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ନିବେଦନ କରିଛନ୍ତି।

Omkar Vasthu
Omkar Vasthu

ଏହି ସମୟରେ ମୋଦୀ ନିଜ ସମ୍ବୋଧନରେ କହିଛନ୍ତି, କେହି ବନ୍ଧୁକ ଧରି ଆଉ କେହି କଲମ ଧରି ନକ୍ସଲବାଦକୁ ବଢାଉଛନ୍ତି। ଏମାନଙ୍କ ପାଇଁ କିଛି ସମାଧାନର ରାସ୍ତା ଖୋଜିବାକୁ ପଡ଼ିବ ବୋଲି ସେ କହିଥିଲେ। ଏପରି କହି ମୋଦୀ ଫେକ ନ୍ୟୁଜ ତିଆରି କରୁଥିବା ବ୍ୟକ୍ତିଙ୍କୁ ଟାର୍ଗେଟ କରିଛନ୍ତି । ଏପରି ହେବା ଦ୍ୱାରା ଯୁବପିଢ଼ି  ପଥଭ୍ରଷ୍ଟ ହେଉଛନ୍ତି ।

Pearl dental clinic
Near Ashish Medical Store, Bhawanipatna

ଏଥିସହ ସେ ପୋଲିସ କର୍ମଚାରୀଙ୍କୁ ଟାର୍ଗେଟ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆମେ ଅମୃତକାଳରେ ଅଛୁ ଏବଂ ଏହି ସମୟ ମଧ୍ୟରେ ଆମକୁ ‘ପଞ୍ଚ ପ୍ରାଣ’ର ଉଦ୍ଦେଶ୍ୟ କିଭଳି ପୂରଣ ହେବ ସେ ଦିଗରେ କାମ କରିବାକୁ ହେବ ବୋଲି କହିଥିଲେ।

Udyog Nursery
Udyogi Nursery

ଗତ କିଛି ବର୍ଷ ମଧ୍ୟରେ, ତୃଣମୂଳ ସ୍ତରରେ ଆତଙ୍କବାଦ ନେଟୱର୍କକୁ ହଟାଇବା ପାଇଁ ସମସ୍ତ ସରକାର ଅତ୍ୟନ୍ତ ଦାୟିତ୍ୱପୂର୍ଣ୍ଣ ଭାବେ କାମ କରିଛନ୍ତି। ଆମ ସୈନ୍ୟବାହିନୀକୁ ଏକତ୍ର କରି ଏହାର ସାମ୍ନା କରିବାକୁ ପଡିବ। ଆମକୁ ସମସ୍ତ ପ୍ରକାରର ନକ୍ସଲବାଦକୁ ଶେଷ କରିବାକୁ ପଡିବ।

ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ମିଳିତ ଭାବେ କାମ କରିବାକୁ ସମସ୍ତ ରାଜ୍ୟ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଇନ ଏବଂ ଶୃଙ୍ଖଳା ବିକାଶ ସହିତ ସିଧାସଳଖ ଜଡିତ, ତେଣୁ ଶାନ୍ତି ବଜାୟ ରଖିବା ସମସ୍ତଙ୍କ ଦାୟିତ୍ବ। ପ୍ରତ୍ୟେକ ରାଜ୍ୟ ପରସ୍ପରଠାରୁ ଶିଖିବା, ପ୍ରେରଣା ନେବା ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ମିଳିତ ଭାବେ କାମ କରିବା ଉଚିତ୍ ବୋଲି ମୋଦୀ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଗତକାଲି ପ୍ରଥମ ଦିନରେ ଗୃହମନ୍ତ୍ରୀ ଅମିତ ଶାହ ଉଦବୋଧନ ଦେଇ କହିଥିଲେ, ଆତଙ୍କବାଦ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ସରକାରଙ୍କର ଶୂନ୍ୟ ସହନଶୀଳତା ନୀତି ରହିଛି ଏବଂ ଏହା ଉପରେ ନିର୍ଣ୍ଣାୟକ ବିଜୟ ହାସଲ କରିବାକୁ ଏନଆଇଏ ତଥା ଅନ୍ୟାନ୍ୟ ଏଜେନ୍ସି ଗୁଡ଼ିକୁ ମଜବୁତ କରା ଯାଉଛି, ୨୦୨୪ ମସିହା ପୂର୍ବରୁ ସମସ୍ତ ରାଜ୍ୟ ଗୁଡିକରେ ଏନଆଇଏର ଶାଖା ସ୍ଥାପନ କରି ଆତଙ୍କବାଦ ବିରୋଧୀ ନେଟୱାର୍କ ଗଠନ ପାଇଁ ଉଦ୍ୟମ କରା ଯାଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.