ଅସୁରଗଡ ଛକରେ ମାଓ ପୋଷ୍ଟର ଓ ବ୍ୟାନର!

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା-ରୁପ୍ରାରୋଡ ମୁଖ୍ୟ ରାସ୍ତାର ଅସୁରଗଡ ଛକ ଠାରେ ଆଜି ମାଓ ପୋଷ୍ଟର ଓ ବ୍ୟାନର ଦେଖିବାକୁ ମିଳିଛି । ଏଥିରେ ସାମ୍ବାଦିକ ରଞ୍ଜନ ମହାନ୍ତିଙ୍କୁ ଚେତାବନୀ ଦିଆଯାଇଛି । ଯଦି ସେ ନସୁଧୁରିବେ ତେବେ ତାଙ୍କୁ ପ୍ରଜାକୋର୍ଟରେ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି ଉଲ୍ଲେଖ ରହିଛି । ନର୍ଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହା ମାଓବାଦୀଙ୍କ କାମ କିମ୍ବା ଅନ୍ୟ କୌଣସି ଲୋକ ଏପରି କାରନାମା କରିଛି ତାହା ସ୍ପଷ୍ଟ ହୋଇନାହିଁ । ଅନ୍ୟପକ୍ଷରେ ନର୍ଲା ଅଂଚଳରେ ଏଭଳି ଘଟଣା ପ୍ରଥମ ବୋଲି କୁହାଯାଉଥିବା ବେଳେ ଏହା ସ୍ଥାନୀୟ କିଛି ଅସାଧୁ ବ୍ୟକ୍ତି ମାନଙ୍କ ଷଢ଼ଯନ୍ତ୍ର ମଧ୍ୟ ହୋଇ ଥାଇପାରେ ବୋଲି ସାଧାରଣରେ ଆଲୋଚନା ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.