କାଉଡୋଲାରେ ବାଲିଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ କାଉଡୋଲା ଗ୍ରାମରେ ଭିମା ଦେବଙ୍କ ବାଲିଯାତ୍ରା ଉତ୍ସବ ପାଇଁଁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଗ୍ରାମ୍ୟ ଗୋନ୍ତିଆ ଶଶୀଭୂଷଣ ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ଉକ୍ତ ବୈଠକରେ ଆଗାମୀ ଦିନରେ ହେବାକୁ ଥିବା ଭିମାଦେବଙ୍କ ବାଲିଯାତ୍ରା ପାଇଁ ବିଭିନ୍ନ ବିଷୟରେ ଆଲୋଚନା ହେବା ସହ କିଭଳି ଭାବେ ଶାନ୍ତି ଶୃଙ୍ଖଳାରେ ଯାତ୍ରା ପାଳନ ହେବ ସେ ନେଇ ବିଶେଷ ଆଲୋଚନା ହୋଇଥିଲା । ଏହି ଅବସରରେ ଯାତ୍ରା ପରିଚାଳନା ନିମନ୍ତେ ବିଭିନ୍ନ କମିଟି ଗଠନ ପାଇଁ ପ୍ରସ୍ତାବ ଆଗତ ହୋଇଥିଲା । ଏଥିରେ ସ୍ଥାୟୀ କମିଟି ସଦସ୍ୟ ଭାବରେ ଗ୍ରାମ୍ୟ ଗୋନ୍ତିଆ ପରିବାରରୁ ଶଶୀଭୂଷଣ ପଣ୍ଡା, ଗ୍ରାମ୍ୟ ଦେବାଦେବୀ ପୁଝାରୀ ପରିବାରରୁ ଦୁଷ୍ମନ୍ତ ପୁଝାରୀ, ଇଶ୍ଵର ମାଝି, କୈଳାସ ଜାନି, କାର୍ତ୍ତିକ ମାଝି, ଗ୍ରାମ୍ୟ ଗଣା ପରିବାରରୁ ପଞ୍ଚାନନ ବେଶ୍ରା, ପୂର୍ବ ପୁରୁଷା କ୍ରମେ ଗ୍ରାମ୍ୟ ଭିମା ସେବକ ପରିବାର ହିସାବରେ ବୁଟୁନାଥ ସରାବୁ, ଗାଁ ନରିଆ ପରିବାରରୁ ମହେଶ୍ୱର ନାଗ ପ୍ରମୂଖ ରହିଛନ୍ତି । ଉପଦେଷ୍ଟା ମଣ୍ଡଳୀରେ ତ୍ରିନାଥ ସରାବୁ, ସୁଶାନ୍ତ ପୁଝାରୀ, ବାଲେଶ୍ଵର ବେଶ୍ରା, ବବ୍ରୁ ବାହାନ ପୁରୋହିତ, ଲୋକନାଥ ମାଝି, ଯାଦବ ସାହୁ, ଧ୍ବଜ କେତନ ସରାବୁ ପ୍ରମୂଖ ରହିଛନ୍ତି । ପରିଚାଳନା କମିଟି ସଦସ୍ୟ ଭାବରେ କମଲା କାନ୍ତ ପଣ୍ଡା, ବିରଞ୍ଚି ନାରାୟଣ ପୁରୋହିତ, ଶ୍ରୀଧର ମୁଣ୍ଡ, ମନୋଜ କୁମାର ସାହୁ, ବିଶ୍ବମ୍ବର ସାହୁ, ମାଧବ କୋଚିଆ ସମେତ ଅନେକ ବ୍ୟକ୍ତି ବିଶେଷଙ୍କୁ ଚୟନ କରାଯାଇଥିବା ଜଣାପଡ଼ିଛି । ପରବର୍ତ୍ତୀ ବୈଠକରେ ମନୋନୀତ ହୋଇଥିବା ସଦସ୍ୟ ମାନଙ୍କୁ ନେଇ ପରିଚାଳନା କମିଟିର ସଭାପତି ଓ ଅନ୍ୟାନ୍ୟ ପଦବୀ ମନୋନୀତ କରାଯିବାର ସୂଚନା ରହିଛି । ବୁଟୁନାଥ ସରାବୁ ସଭା ପରିଚାଳନା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.