ଟ୍ରାଫିକ ପୁଲିସ ଉପରେ ଚଢ଼ିଗଲା ଏସ୍‌ୟୁଭି ଗାଡ଼ି

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଏସ୍‌ୟୁଭି ଧକ୍କାରେ ଟ୍ରାଫିକ ପୋଲିସ ଗୁରୁତର । ରାସ୍ତାରେ ଟ୍ରାଫିକ ପୋଲିସଙ୍କୁ ୫୦ ମିଟର ଯାଏଁ ଘୋଷାଡି ନେଲା ଏସ୍‌ୟୁଭି । ଏହି ଦୃଶ୍ୟଟି ରାଜଧାନୀ ଦିଲ୍ଲୀ ଉପକଣ୍ଠ ଗୁରୁଗ୍ରାମରେ ଦେଖିବାକୁ ମିଳିଛି । ଗୁରୁଗ୍ରାମ ସେକ୍ଟର-୫୨ ଆମ୍ବେଦକର ଛକ ନିକଟରେ ଗତକାଲି ସନ୍ଧ୍ୟାରେ ଟ୍ରାଫିକ୍ ପୁଲିସ ହରପ୍ରିତ ସିଂହ ଗାଡି ଚେକିଂ କରୁଥିଲେ। ତାଙ୍କ ସହ ଜଣେ କନଷ୍ଟେବଳ ମଧ୍ୟ ଥିଲେ। ଏହି ସମୟରେ ଏସ୍‌ୟୁଭି ଗାଡିକୁ ଯାଞ୍ଚ କରିବା ପାଇଁ ଟ୍ରାଫିକ ପୁଲିସ ଜଣକ ଅଟକାଇଥିଲେ। କିନ୍ତୁ ଏସ୍‌ୟୁଭି ଡ୍ରାଇଭର ଦ୍ରୁତ ଗତିରେ ଗାଡି ଚଳାଇ ଟ୍ରାଫିକ ପୁଲିସକୁ ଧକ୍କା ଦେଇ ୫୦ ମିଟର ଯାଏଁ ଘୋଷାଡି ନେଇଥିଲେ। କେବଳ ସେତିକି ନୁହେଁ ଡ୍ରାଇଭର ଜଣକ ଟ୍ରାଫିକ୍ ପୁଲିସର ଗୋଡ ଉପରେ ଗାଡି ମଧ୍ୟ ଚଢ଼ାଇ ଦେଇଥିଲେ। ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ଟ୍ରାଫିକ ପୁଲିସ ଜଣଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏନେଇ ଟ୍ରାଫିକ୍ ପୁଲିସ ହରପ୍ରିତ ସିଂହଙ୍କ ସହ ଥିବା କନଷ୍ଟେବଳ ସେକ୍ଟର-୫୩ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏସ୍‌ୟୁଭି ରେଜିଷ୍ଟ୍ରେସନ ନମ୍ବର ଆଧାରରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସିସିଟିଭି ଫୁଟେଜ୍ ସାହାଯ୍ୟରେ ଗାଡିଟିକୁ ଚିହ୍ନଟ କରିବା ସହ ଏହାର ମାଲିକଙ୍କୁ ଚିହ୍ନଟ କରିବାକୁ ଚେଷ୍ଟା କରିଥିବା ସୂଚନା ଦେଇଛି ପୋଲିସ । ଖୁବ ଶୀଘ୍ର ଅଭିଯୁକ୍ତଙ୍କୁ ଖୋଜିବୁ ବୋଲି ସେକ୍ଟର ୫୩ ଥାନାର ଇନ୍ସପେକ୍ଟର ଅମିତ କୁମାର କହିଛନ୍ତି।

Omkar Vasthu
Omkar Vasthu

 

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.