ନଭେମ୍ବର ୧ ବଲାଙ୍ଗୀର୍ ଦିନ୍ ପାଇଁ ‘ଆମର୍ ପିନ୍ଧନ୍ ଉଢନ୍’ ଓ ବିଭିନ୍ନ ପ୍ରତିଯୋଗିତା

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର: ଆଗକୁ ଆସୁଛି ବଲାଙ୍ଗୀର୍ ଦିନ୍ । ପ୍ରତିବର୍ଷ ନଭେମ୍ବର ୧ରେ ପାଳିତ ହୋଇଥାଏ ଏହି ସ୍ବତନ୍ତ୍ର ଦିବସ । ଏହାକୁ ନେଇ ଜିଲ୍ଲାସାରା ଉତ୍ସାହ ଉଦ୍ଦୀପନା ଦେଖା ଦେଇଥିବା ବେଳେ ବଲାଙ୍ଗୀର ଟାଉନ ହଲ ଠାରେ ଆମର୍ ପିନ୍ଧନ୍ ଉଢନ୍ ଓ ନୃତ୍ୟ ପ୍ରତିଯୋଗିତା, କଲେଜ ଛକ କଲ୍ୟାଣ ମଣ୍ଡପ ଠାରେ ହୁଳହୁଳି ଏବଂ ରଙ୍ଗୋଳୀ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆୟୋଜକ କମିଟିର ଅଧ୍ୟକ୍ଷ ଗୋପାଳଜୀ ପାଣିଗ୍ରାହୀ, କାର୍ଯ୍ୟକର୍ତ୍ତା ଓ ସଦସ୍ୟ ମାନେ ଉପସ୍ଥିତ ରହି ମାଁ ସମଲେଶ୍ଵରୀ ଏବଂ ମାଁ ପାଟଣେଶ୍ବରୀଙ୍କ ଫଟୋଚିତ୍ରରେ ଧୂପଦୀପ, ପୁଷ୍ପ ଅର୍ପଣ ସହ ମଞ୍ଚ ପୁଜନ କରିଥିଲେ । ଏହାପରେ ନୃତ୍ୟ ପ୍ରତିଯୋଗିତା ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ଆମର୍ ପିନ୍ଧନ୍ ଉଢନ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଆଖପାଖ ଜିଲ୍ଲାର ପ୍ରତିଯୋଗୀମାନେ ମଧ୍ୟ ଭାଗ ନେଇଥିଲେ । ସମସ୍ତ ପ୍ରତିଯୋଗି ମାନଙ୍କୁ ୧ ନଭେମ୍ବର ବଲାଙ୍ଗୀର ଦିନ ହେବାକୁ ଥିବା ମୂଖ୍ୟ ମଞ୍ଚରେ ପରିବେଷଣ କରିବାକୁ ସୁଯୋଗ ଦିଆଯିବ । ଆଜିର ଏହି କାର୍ଯ୍ୟକ୍ରମରେ ବ୍ରହ୍ମାନନ୍ଦ ବନଛୋର, କପିଳେଶ୍ୱର ଖମାରୀ, ନିମାଇଁ ଚରଣ ପାଣିଗ୍ରାହୀ, ଶ୍ରାବଣୀ ପାଣିଗ୍ରାହୀ, ଶ୍ରୀପଦା ଷଡ଼ଙ୍ଗୀ, ମନୋରଞ୍ଜନ ପଟେଲ ପ୍ରମୁଖ ବିଚାରକ ଦାଇତ୍ୱ ନିର୍ବାହ କରିଥିଲେ । ଆୟୋଜକ କମିଟିର ବିଦୁ ଭୁଷଣ ତ୍ରିପାଠୀ, ଲୋଟସ ଷଡ଼ଙ୍ଗୀ, ଗୋପାଳ ପ୍ରଧାନ, ମୁରଲୀଧର ପତି, ବିନୋଦ କାଳସାଏ, ସଙ୍ଗୀତା ଦାସ, ଦିନେଶ ଶର୍ମା, ସୋମନାଥ ମିଶ୍ର, ଅଙ୍କୁଶ ପାଣ୍ଡିଆ, ଅବିଶେକ ଦାସ, ସଞ୍ଜୀବ ସାହୁ, ସୁମେସ ଡାଙ୍ଗ, ରିଲୁ ରଥ, ରଞ୍ଜିତ ପ୍ରଧାନ, ଥବିର କର୍ମୀ, ରବି ଖମାରୀ, ସନ୍ଦିପ ବାଗ, ରାମ ଶଙ୍କର ଶତପଥୀ, ମନୋରଞ୍ଜନ ସାହୁ, ଜୟକୃଷ୍ଣ ମିଶ୍ରଙ୍କ ସମେତ କମିଟି ସଦସ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.