ଭିଜିଲାନ୍ସ ସଚେତନତା ସପ୍ତାହ ପାଳିତ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ବୋରପଦର ପଞ୍ଚାୟତରେ ଭିଜିଲାନ୍ସ ସଚେତନତା ସପ୍ତାହ ପାଳିତ ହୋଇଯାଇଛି । ସରପଞ୍ଚ ସୁବାସ ସାହୁ ଓ ନିର୍ବାହୀ ଅଧିକାରୀ ପରମାନନ୍ଦ ମାଝୀଙ୍କ ତତ୍ବାବଧାନରେ ଆୟୋଜିତ ଉକ୍ତ ସଭାରେ କଳାହାଣ୍ଡି ଭିଜିଲାନ୍ସର ଅଧିକାରୀମାନେ ଉପସ୍ଥିତ ରହିବା ସହିତ ବୋରପଦର ପଞ୍ଚାୟତ ସମିତି ସଭ୍ୟା ଆରତୀ ସାହୁ, ଗାଁ ସାଥି ତୁମ୍ଭେଶ୍ବର ସାହୁ, ସତ୍ୟ ସାହୁ, ଜିଆର ଏସ କ୍ଷମାନିଧି ସାହୁ, ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ସିଆରପି, ଏମବିକେ ସମେତ ପଞ୍ଚାୟତର ଅନେକ ଜନସାଧାରଣ ଉପସ୍ଥିତ ଥିଲେ । ଜନସାଧାରଣ ଦୁର୍ନୀତିର ମୂଳପୋଛ କରିବାରେ ସହଯୋଗର ହାତ ବଢାନ୍ତୁ । କାହାରିକୁ ଲାଞ୍ଚ ଦିଅନ୍ତୁ ନାହିଁ । କୌଣସି ଅଧିକାରୀ ଲାଞ୍ଚ ମାଗୁଥିଲେ ତୁରନ୍ତ ଭିଜିଲାନ୍ସ ବିଭାଗକୁ ଖବର ଦିଅନ୍ତୁ ବୋଲି ଲୋକମାନଙ୍କୁ ସଚେତନ କରିଥିଲେ ।ଏହାପରେ ଉପସ୍ଥିତ ସମସ୍ତେ ଶପଥ ପାଠ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.