ବୋରପଦର ପଂଚାୟତରେ ସମ୍ବର୍ଦ୍ଧନା ଉତ୍ସବ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକର ବୋରପଦର ଗ୍ରାମ ପଞ୍ଚାୟତ ପରିସରରେ ମହାତ୍ମା ଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ୧୦୦ ଦିନର କାର୍ଯ୍ୟ କରିଥିବା ଶ୍ରମିକ ମାନଙ୍କୁ ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ତରଫରୁ ୬୯ ଜଣ ଶ୍ରମିକ ମାନଙ୍କୁ ଉପଢୌକନ ସହ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧନା କରାଯାଇଥିଲା । ଫଳରେ ପଞ୍ଚାୟତ ବାସୀଙ୍କ ମନରେ ଉତ୍ସାହ ବଢିଥିଲା । ଆଗାମୀ ଦିନରେ ୧୫୦ ଦିନ କାର୍ଯ୍ୟ ଯୋଗାଇଦେବା ପାଇଁ କର୍ଲାମୁଣ୍ଡା ଗୋଷ୍ଠି ଉନ୍ନୟନ ଅଧିକାରୀ ସୁଶ୍ରୀ ସୁଚରିତା ମୁଗ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଯୁବ ସରପଞ୍ଚ ସୁବାଷ ସାହୁ, ପଞ୍ଚାୟତ ସମିତି ଅଧ୍ୟକ୍ଷ୍ୟା କୁନି ସାହୁ, ଗୋଷ୍ଠି ଉନ୍ନୟନ ଅଧିକାରୀ ସୁଶ୍ରୀ ସୁଚରିତା ମୁଗ୍ରୀ, ସହକାରୀ ଯନ୍ତ୍ରୀ ସନ୍ଦୀପ ନାଏକ, ଜି.ପି.ଓ ଯୁଗଳ କିଶୋର ନାଏକ, ଗ୍ରାମ ରୋଜଗାର ସେବକ କ୍ଷମା ନିଧି ସାହୁ, ସମିତି ସଭ୍ୟା ଶ୍ରୀ ମତୀ ଆରତୀ ସାହୁ, ଯୋଗାଣ ସହାୟକ ବିକ୍ରମ ସାହୁ ଓ ଜନସାଧାରଣ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.