କୋକସରା ବ୍ଲକ ସ୍ଵଛାଗ୍ରାହୀ ମାନଙ୍କ ସାଙ୍ଗଠନିକ ବୈଠକ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ କାର୍ଯ୍ୟାଳୟ ପରିସରରେ ସ୍ୱଚ୍ଛ ଭାରତ ମିଶନର ସ୍ୱଚ୍ଛାଗ୍ରାହୀ (ମାଷ୍ଟର ଟ୍ରେନର) ମାନଙ୍କ ଏକ ସାଙ୍ଗଠନିକ ବୈଠକ ମଣିରାମ ଛତ୍ରିଆଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଛି।‌‌ ଏହି ବୈଠକରେ କୋକସରା ବ୍ଲକ ସ୍ୱଚ୍ଛାଗ୍ରହୀ ସଙ୍ଘର ପୂର୍ଣ୍ଣାଙ୍ଗ କମିଟି ଗଠନ ହୋଇଯାଇଛି। ସର୍ବସମ୍ମତିକ୍ରମେ ସଭାପତି ଭାବେ ଖଗେଶ୍ୱର ନାଏକ, ଉପ ସଭାପତି ଧନବଳ ନାଏକ, ସମ୍ପାଦକ ତେଜରାଜ ଦୁରିଆ, ସହ ସଂପାଦକ ଧର୍ମେନ୍ଦ୍ର କୁମାର ନାଗ, କୋଷାଧ୍ୟକ୍ଷ ଦୁର୍ଯ୍ୟୋଧନ ଚଣ୍ଡିଙ୍କୁ ମନୋନୀତ କରାଯାଇଛି। ସ୍ୱଚ୍ଛ ଭାରତ ମିଶନ ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟର ସରକାରଙ୍କ ବିଭିନ୍ନ କାର୍ଯ୍ୟକ୍ରମ ହିତାଧିକାରୀଙ୍କ ପାଖରେ ପହଞ୍ଚେଇବାରେ ସ୍ୱଚ୍ଛାଗ୍ରାହୀ ମାନଙ୍କୁ ସରକାର ଦାୟିତ୍ୱ ଦେଇଥିଲେ। ଗ୍ରାମାଞ୍ଚଳରେ ସ୍ୱଚ୍ଛ ଭାରତ ମିଶନ ଅଭିଯାନରେ ବାହ୍ୟ ମଲମୁକ୍ତ ଗାଁ ଗଠନ ଓ ପରିବେଶ ସ୍ୱଚ୍ଛତା, ପାଇଖାନା ନିର୍ମାଣ କାର୍ଯ୍ୟ ରେ ସ୍ୱଚ୍ଛାଗ୍ରାହୀ ମାନଙ୍କ ଭୂମିକା ରହିଥିବା ବେଳେ ବର୍ତ୍ତମାନ ସରକାର ଏମାନଙ୍କୁ ଅଣଦେଖା କରୁଛନ୍ତି। କଳାହାଣ୍ଡି ଜିଲ୍ଲାର ୧୩ ଗୋଟି ବ୍ଲକରେ ସଙ୍ଘ ଗଠନ କରାଯାଇ ସ୍ୱଚ୍ଛାଗ୍ରାହୀ ମାନଙ୍କର ବିଭିନ୍ନ ଦାବୀ ସରକାରଙ୍କ ପାଖରେ ସଂଘ ମାଧ୍ୟମରେ ଉପସ୍ଥାପନ କରିବା ପାଇଁ ଆଲୋଚନା କରାଯାଇଥିଲା। ବୈଠକରେ ସୁଶାନ୍ତ ବାଗ, ପ୍ରଦୀପ ଭରାଶଗଡିଆ, ବଳରାମ ନାଏକ, ଗଣପତି ପୂଝାରୀ ପ୍ରମୁଖ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.