ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡ ବ୍ଲକ ମହାଲିଙ୍ଗ ଓ ଖଲିଆପାଲି ଗ୍ରାମରେ ଗୋଷ୍ଟାଷ୍ଟମୀ ପୂଜା ପାଳିତ ହୋଇଯାଇଛି । ଦୀର୍ଘ ୧୨ବର୍ଷ ହେବ ପାଳିତ ହେଇ ଆସୁଛି ସନାତନ ସଂସ୍କୃତିର ଏହି ମହାନ ପର୍ବ । ଏହି ଅବସରରେ ଚାରିଦିନ ଧରି ଗ୍ରାମରେ ଥିବା ଗୋମାତାମାନଙ୍କୁ ବିଭିନ୍ନ ଖାଦ୍ୟ ପେୟ ଦେଇ ପୂଜା କରାଯାଇଛି । ଏହା ଅତି ପବିତ୍ର ସମୟ ହୋଇଥିବା ବେଳେ ଏହାକୁ ଅତି ବିଶ୍ୱାସ ସହ ପୂଜା କରାଯାଇଛି । ଏହି ଦିନରେ ଯାଦବ ମାନଙ୍କ ଦ୍ୱାରା ବନାବାଡି ଖେଳ ନାଚ ଗୀତ ମାଧ୍ୟମରେ ପ୍ରଦର୍ଶନ କରି ଶୋଭାଯାତ୍ରା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଫଳରେ ଦୀର୍ଘ ଦିନରୁ ହଜି ଯାଇଥିବା ଲୁକ୍କାୟିତ କଳା ବନାବାଡ଼ି ଖେଳ ଲୋକ ଲୋଚନକୁ ଆସିପାରିଛି । ଏହି ଅବସରରେ ରାତ୍ରି କାଳିନ ସାଂକୃତିକ କାର୍ଯ୍ୟକ୍ରମ ତଥା ବିଭିନ୍ନ ପୌରାଣିକ ନାଟକ ଅନୁଷ୍ଠିତ ହେଉଥିବା ବେଳେ ତାହାକୁ ଦେଖିବା ପାଇଁ ଶହଶହ ଜନସମାଗମ ହୋଇଥିଲା । ପୋଲିସ ଓ ଯୁବଗୋଷ୍ଠିଙ୍କ ସହଯୋଗରେ ଶାନ୍ତି ଶୃଙ୍ଖଳା ରକ୍ଷାକରି ପୂଜା ସମାପନ ହୋଇଯାଇଛି ।
