ଗାଧୁଆତୁଠରୁ ଯୁବକ ନିଖୋଜ, ପୋଲିସ ଓ ଅଗ୍ନିଶମ ଟିମର ପ୍ରୟାସ ଜାରି

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ଥାନା କାଶିବାହାଲ ନୂଆପଡାର ଜଣେ ଯୁବକ ଗୁରୁବାର ମଧ୍ୟାହ୍ନରେ କେନାଲକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଛନ୍ତି। ତେବେ କୋକସରା ପୁଲିସ ଓ ଅଗ୍ନିଶମ ଟିମ୍ ଖୋଜାଖୋଜି ଜାରି ରଖିଛନ୍ତି। ନିଖୋଜ ଯୁବକ ହେଲେ ଦୁର୍ଜନ ବାଗଙ୍କ ପୁଅ ଦେବେନ୍ଦ୍ର ବାଗ(୨୫)। ସୂଚନା ଅନୁସାରେ, ଗୁରୁବାର ମଧ୍ୟାହ୍ନରେ ଦେବେନ୍ଦ୍ର ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ କୁ ଗାଧୋଇବା ପାଇଁ ଘରୁ ବାହାରି ଥିଲେ। ହେଲେ ଦିର୍ଘ ସମୟ ଧରି ଘର କୁ ଫେରି ନଥିଲେ। ପରେ ପରିବାର ଲୋକେ କୋନାଲକୁ ଖୋଜିବାକୁ ଯାଇଥିବା ବେଳେ ଗାଧୁଆ ତୁଠ ରେ ଦେବେନ୍ଦ୍ର ଙ୍କ କପଡା, ସାବୁନ ଓ ଚପଲ ଥିବା ଦେଖିବାକୁ ପାଇଥିଲେ। ଏହା ପରେ ପରିବାର ଲୋକେ କେନାଲ ଆଖ ପାଖରେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇନଥିଲେ। ତେବେ ପରିବାର ଲୋକେ ଦେବେନ୍ଦ୍ର କୋନାଲ ପାଣିରେ ଭାସିଯାଇ ଥିବା ସନ୍ଦେହ କରି ସରପଞ୍ଚ ପ୍ରତିନିଧି ରୁଦ୍ର ପ୍ରସାଦ ନାଏକ ଓ ସମିତି ସଭ୍ୟ ଗଜାନନ ନାଏକଙ୍କୁ ଜଣେଇବା ପରେ କୋକସରା ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ।

ପରେ ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ଵିକ ସ୍ଥିତି ଅନୁଧ୍ୟାନ କରି ଜଳତାମୁଣ୍ଡା କେନାଲ ଗେଟ ପାଖରେ ଖୋଜା ଖୋଜି କରିଥିଲେ। ତେବେ ଦିର୍ଘ ସମୟ ଧରି ଖୋଜିବା ପରେ ମଧ୍ୟ ଦେବେନ୍ଦ୍ରଙ୍କୁ ପାଇ ନଥିଲେ। ସନ୍ଧ୍ୟା ହୋଇଯିବାରୁ କୋନାଲ ପାଣିରେ ଖୋଜିବା ସମ୍ଭବ ନ ହେବା ଯୋଗୁଁ ପରିବାର ଲୋକଙ୍କୁ ବୁଝାସୁଝା କରି ଶୁକ୍ରବାର ସକାଳୁ ପୁଣି ଖୋଜିବା ପାଇଁ କହିଥିବା ଜଣାପଡିଛି। ଅନ୍ୟପଟେ ଏକମାତ୍ର ପୁତ୍ରର ଅନୁପସ୍ଥିତ ଯୋଗୁଁ ବାପା, ମା ଓ ଗର୍ଭବତୀ ସ୍ତ୍ରୀ ଦୁଃଖରେ ଭାଙ୍ଗି ପଡିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.