ଇମ୍ରାନ ଖାନଙ୍କ ଉପରକୁ କାହିଁକି ଗୁଳି ମାଡ କଲେ କାରଣ କହିଲେ ଆକ୍ରମଣକାରୀ

ଓଡ଼ିଆ ବାର୍ତ୍ତା/ ଇସଲାମାବାଦ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ କଣ୍ଟେନର-ଟ୍ରକ ଉପରକୁ ଆକ୍ରମଣ କରିଥିବା ବ୍ୟକ୍ତି ଗିରଫ। ସେ କହିଛି, କାହିଁକି ଇମ୍ରାନ ଖାନଙ୍କ ଉପରକୁ ଆକ୍ରମଣ କରିଥିଲା। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ଇମ୍ରାନଙ୍କ ଉପରକୁ ଗୁଳି ଚଳାଇଥିବା ଆକ୍ରମଣକାରୀଙ୍କୁ ଗିରଫ କରାଯାଇଛି। ପାକିସ୍ତାନୀ ଗଣମାଧ୍ୟମର ସୂଚନା ଅନୁଯାୟୀ ଆକ୍ରମଣକାରୀ ଗିରଫ ହେବା ପରେ କହିଛି ଯେ ସେ ଇମ୍ରାନ ଖାନଙ୍କୁ ହତ୍ୟା କରିବାକୁ ଆସିଥିଲା। ସେ କହିଛି ଯେ ଇମ୍ରାନ ଖାନ ଜନସାଧାରଣଙ୍କୁ ବିଭ୍ରାନ୍ତ କରୁଛନ୍ତି, ତେଣୁ ସେ ତାଙ୍କୁ ହତ୍ୟା କରିବାକୁ ନିଷ୍ପତ୍ତି ନେଇଥିଲା। ଭାଇରାଲ ଭିଡିଓର ଆକ୍ରମଣକାରୀ କହିଛି, ମୁଁ କେବଳ ଇମ୍ରାନ ଖାନଙ୍କୁ ହତ୍ୟା କରିବାକୁ ଆସିଥିଲି। ଆଉ କେହି ନୁହଁନ୍ତି। ଯେଉଁଠାରେ ସେ ଏପରି କଲା ସେଠାରେ ଆଜାନ ଥିଲା। ହେଲେ ଇମ୍ରାନ ଖାନଙ୍କ ଶୋଭାଯାତ୍ରା ପାଇଁ କିଛି ଶୁଣାଯାଉନଥିଲା। ଏହାପରେ ହତ୍ୟା କରିବାକୁ ହଠାତ୍ ନିଷ୍ପତ୍ତି ନେଇଥିଲି। ଇମ୍ରାନ୍ ଲାହୋରକୁ ନିଜର ଶୋଭାଯାତ୍ରା ଆରମ୍ଭ କରିଥିଲି। ଏହିଦିନଠୁ ସେ ଇମ୍ରାନ ଖାନଙ୍କୁ ଟାର୍ଗେଟ କରିଥିଲି। ତେବେ ଆକ୍ରମଣ ପଛରେ ଅନ୍ୟ କେହି ନାହାନ୍ତି। ବାଇକ୍ ଯୋଗେ ଆସି ମାମୁଁଙ୍କ ଦୋକାନରେ ପାର୍କିଂ କରି ଆକ୍ରମଣ କରିଥିଲି। ପାକିସ୍ତାନୀ ମିଡିଆ ରିପୋର୍ଟ ଅନୁଯାୟୀ, ଗୁଳି ବିନିମୟରେ ଇମ୍ରାନଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି।ଅନ୍ୟପଟେ କିଛି ସମୟ ପୂର୍ବରୁ ଖବର ସରବରାହ ସଂସ୍ଥା ଏଏଫପି ଏକ ରିପୋର୍ଟ ପ୍ରକାଶ କରିଥିଲା। ଯେଉଁଥିରେ ଇମ୍ରାନଙ୍କୁ ଆକ୍ରମଣ କରିଥିବା ଦୁର୍ବୃତ୍ତ ପାଲଟା ଗୁଳିମାଡରେ ହତ୍ୟାର ଶିକାର ହୋଇଛି ବୋଲି ରିପୋର୍ଟ ପ୍ରକାଶ ପାଇଛି। ଗିରଫ ହୋଇଥିବା ଆକ୍ରମଣକାରୀ କହିଛି ସେ ହିଁ କେବଳ ଏପରି ଆକ୍ରମଣ ଘଟାଇଛି। ଏହି ଘଟଣାରେ କେହି ତାର ସହଯୋଗୀ ନାହାନ୍ତି କି କାହା ଦ୍ୱାରା ସେ ପ୍ରେରିତ ହୋଇ ଏପରି ଏକ କାଣ୍ଡ ଭିଆଇ ନାହିଁ। ହେଲେ ପାକିସ୍ତାନ ମିଡିଆର ରିପୋର୍ଟ ଅନୁଯାୟୀ ଦୁଇ ଜଣ ଆକ୍ରମଣକାରୀ ଥିଲେ। ସେଥିରୁ ଜଣଙ୍କ ନାମ ନାଭିଦ। ଯିଏକି ପ୍ରାଣ ହରାଇଛି। ଭାରତର ବୈଦିଶିକ ମନ୍ତ୍ରଣାଳୟ ମଧ୍ୟ ସମାନ କଥା କହିଛି। ଆଉ ଘଟଣା ଉପରେ ନଜର ରଖାଯାଇଥିବା ସ୍ପଷ୍ଟ କରିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.