ବ୍ଲକ ପ୍ରଶାସନ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ପ୍ରଶାସନ ପକ୍ଷରୁ ଶୁକ୍ରବାର ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ କରାଯାଇଛି। ବ୍ଳକ କାର୍ଯ୍ୟାଳୟ ପରିସରରୁ ସିଆରପି, ଏମବିକେ, ବ୍ୟାଙ୍କ ମିତ୍ର, ସ୍କୁଲ ଛାତ୍ରଛାତ୍ରୀ ସମେତ ବ୍ଳକ କର୍ମଚାରୀ ମାନେ ଏକତ୍ରିତ ହୋଇ ଏକ ସଚେତନତା ରାଲି ବାହାରି ଲୋକେ ସଚେତନ ହେଲେ ସମାଜରୁ ଦୁର୍ନୀତିର ମୂଳପୋଛ ହୋଇପାରିବ, ଜନସାଧାରଣ ଦୁର୍ନୀତିର ମୂଳପୋଛ କରିବାରେ ସହଯୋଗର ହାତ ବଢ଼ାନ୍ତୁ। କାହାରିକୁ ଲାଞ୍ଚ ଦିଅନ୍ତୁ ନାହିଁ, ଏଭଳି ବିଭିନ୍ନ ସ୍ଳୋଗାନ ଦେଇ କୋକସରା ସହର ପରିକ୍ରମା କରିଥିଲେ। ପରେ ବ୍ଳକ ସଭାଗୃହ ଠାରେ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଉତ୍ତମ କୁମାର ବାଗଙ୍କ ଅଧ୍ୟକ୍ଷତାରେ ଦୁର୍ନୀତି ନିବାରଣ ଉପରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ଭିଜିଲାନ୍ସ ଇନ୍ସପେକ୍ଟର ପ୍ରମିଲା ସୁନା ଯୋଗଦେଇ ଉପସ୍ଥିତ ସମସ୍ତଙ୍କୁ ଦୁର୍ନୀତିର ମୂଳପୋଛ କରିବା ପାଇଁ ଶପଥ ପାଠ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ସମନ୍ବିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଣି ସରୋଜ ଦେବି, ବ୍ଳକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ବ୍ଳକ ହିସାବ ରକ୍ଷକ ଅଶୋକ କୁମାର ସେଠୀ, ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଦିପକ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ପୂର୍ବରୁ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତାରେ ଉତିନ୍ନ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ବ୍ଳକ ପ୍ରଶାସନ ପକ୍ଷରୁ ଅତିଥି ମାନଙ୍କ ଦ୍ଵାରା ମାନପତ୍ର ଦେଇ ପୁରସ୍କୃତ କରାଯାଇଥିଲା। ବୈଠକକୁ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ନାରାୟଣ ଭୋଇ ପରିଚାଳନା କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.