କଂଗ୍ରେସର ଆମପାଣି ଜୋନ ସ୍ତରୀୟ କର୍ମୀ ସମ୍ମିଳନୀ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ ଆମପାଣି ଜୋନ୍ କଂଗ୍ରେସ କମିଟି ପକ୍ଷରୁ ଶୁକ୍ରବାର ଜୋନ୍ ସ୍ତରୀୟ କର୍ମୀସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଆମପାଣି ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ଜୋନ୍ ସଭାପତି ହରିଶ୍ଚନ୍ଦ୍ର ନାଏକ ଅଧ୍ୟକ୍ଷତା କରିଥିବାବେଳେ  ମୂଖ୍ୟ ଅତିଥି ଭାବେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଭାରତ ଭୂଷଣ ବେମାଲ, ସମ୍ମାନୀତ ଅତିଥି ଭାବେ ଉପସଭାପତି ପରମାନନ୍ଦ ମାଝୀ, ବରିଷ୍ଟ ନେତା ରବୀନ୍ଦ୍ର ପଟ୍ଟଯୋଷୀ, ପିସିସି ସଭ୍ୟ ଦିଗାମ୍ବର ଦୁରିଆ, ଜିଲ୍ଳା ସାଧାରଣ ସମ୍ପାଦକ ସନ୍ତୋଷ କୁମାର ପାଢ଼ୀ, ସରୋଜ ବାଗ, ତୁଲେଶ୍ୱର ନାଏକ, ଧର୍ମଗଡ ନିର୍ବାଚନ ମଣ୍ଡଳୀ ସଭାପତି ଡାକେଶ୍ୱର ଲହଜଳ, ପିସିସି ସଭ୍ୟ ପୁରୁଷୋତ୍ତମ ଗୁପ୍ତା ପ୍ରମୁଖ ଯୋଗ ଦେଇଥିଲେ। ଏହି ସମ୍ମିଳନୀରେ କଂଗ୍ରେସ ଦଳକୁ ତୃଣମୂଳ ସ୍ତରରେ ଦଳୀୟ ସଂଗଠନକୁ ମଜଭୁତ କରିବା  ସହ ସମସ୍ତେ ସଂଗଠିତ ହୋଇ ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟ କରିବାକୁ ଆଲୋଚନା ହୋଇଥିଲା । ଏହା ବ୍ୟତୀତ ଭାରତ ଜୋଡ ପଦଯାତ୍ରା ପାଇଁ ମଧ୍ୟ ଆଲୋଚନା କରାଯାଇଥିଲା । ଓବିସି ସେଲ ସଭାପତି ଲିଙ୍ଗରାଜ ବେହେରା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ କୋକସରା ବ୍ଲକ ସଭାପତି ଘନଶ୍ୟାମ ଜାଲ, ବରିଷ୍ଠ ନେତା ଗୋବିନ୍ଦ ଜାଲ,  ରାଜେନ୍ଦ୍ର ନାଏକ, ବରିଷ୍ଠ ନେତା ନିମାଇଁ ଚରଣ ଧଙ୍ଗଡ଼ାମାଝୀ, ମହେନ୍ଦ୍ର ଧାରୁଆ, ଟିକିଚନ୍ଦ୍ର ଧଙ୍ଗଡ଼ାମାଝୀ, ତ୍ରିଭୁବନ ନାଏକ ସମେତ ବହୁ ସଂଖ୍ୟାରେ ଦଳୀୟ କର୍ମୀମାନେ ଯୋଗଦେଇ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.