ଜୟପ୍ରକାଶ ସାନ୍ଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦୁର୍ନିତି ନିବାରଣ ସପ୍ତାହ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭବାନୀପାଟଣାର ଜୟପ୍ରକାଶ ସାନ୍ଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢୀଙ୍କ ନେତୃତ୍ୱରେ ଏବଂ ଭୂଗୋଳ ଅଧ୍ୟାପକ ଭୁବନ ମୋହନ ଠାକୁରଙ୍କ ସଭାପତିତ୍ୱରେ ଦୁର୍ନିତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଭିଜିଲାନ୍ସ ଡିଏସ୍ପି ସଦାନନ୍ଦ ପାଣି ଯୋଗଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ଦୁର୍ନିତି ନିବାରଣ ସମ୍ପର୍କରେ ଅବଗତ କରି ଦୁର୍ନିତି କିପରି ସମ୍ପୂର୍ଣ୍ଣ ଭାବରେ ହଟିବ ଏବଂ ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିହେବ ସେଥିପାଇଁ ଆହ୍ୱାନ କରିଥିଲେ । 
ବିଦ୍ୟାଳୟର ଇଂରାଜୀ ଅଧ୍ୟାପକ ପ୍ରବୀଣ କୁମାର ବେହେରା ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଅର୍ଥଶାସ୍ତ୍ର ଅଧ୍ୟାପକ ଶିବପ୍ରସାଦ ବାରଣାସୀ ଓ ଭୂଗୋଳ ଅଧ୍ୟାପକ ଶ୍ରୀ ଠାକୁର ଦେଶରୁ ଦୁର୍ନୀତି କିପରି ସମୂଳେ ବିନାଶ ହୋଇ ପାରିବ ସେ ବିଷୟରେ ଦିଗଦର୍ଶନ ଦେଇଥିଲେ । ସଭା କାର୍ଯ୍ୟ ପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ହାତରେ ପ୍ଲା-କାର୍ଡ ଧରି ଦୁର୍ନିତି ନିବାରଣ ଓ ଏଥିପ୍ରତି ସଚେତନତା ଉପରେ ବିଭିନ୍ନ ଶ୍ଲୋଗାନ ମାନ ଦେଇ ଏକ ବିରାଟ ଶୋଭାଯାତ୍ରାରେ ଭବାନୀପାଟଣା ସହର ପରିକ୍ରମାକରି ସହର ବାସୀଙ୍କୁ ସଚେତନ କରିଥିଲେ ।
ବିଦ୍ୟାଳୟର ଅନ୍ୟାନ୍ୟ କର୍ମଚାରୀ ମାନଙ୍କ ମଧ୍ୟରେ ଅଶୋକ କୁମାର ପଣ୍ଡା, ପ୍ରଦୀପ ମିଶ୍ର, ପ୍ରଦ୍ୟୁମ୍ନ ମିଶ୍ର, ଗୁଣନିଧି ସାହୁ, ଜଳନ୍ଧର ସାହୁ, କରୁଣା ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଅର୍ଥଶାସ୍ତ୍ର ଅଧ୍ୟାପକ ଶ୍ରୀ ବାରଣାସୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.