ମ୍ୟାଲେରିଆ ପାଇଁ ରାମବାଣ!

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଅନୁସାରେ, ୨୦୨୦ ମସିହାରେ ମ୍ୟାଲେରିଆ ଦ୍ଵାରା ୬୨୦,୦୦୦ ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ଏବଂ ୨୪୧ ନିୟୁତ ଅସୁସ୍ଥ ହୋଇଥିଲେ । ମୁଖ୍ୟତଃ ଆଫ୍ରିକାରେ ୫ ବର୍ଷରୁ କମ୍ ପିଲା ଅର୍ନ୍ତଭୁକ୍ତ ଥିଲେ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପିଲାମାନଙ୍କ ପାଇଁ ପ୍ରଥମ ଅଧିକୃତ ମ୍ୟାଲେରିଆ ଟିକା ବାହାର କରୁଛି, କିନ୍ତୁ ଏହା ପ୍ରାୟ ୩୦ ପ୍ରତିଶତ ପ୍ରଭାବଶାଳୀ ଏବଂ ଚାରୋଟି ଡୋଜ୍ ଆବଶ୍ୟକ କରିବ । ତେବେ ଭାରତରେ ମ୍ୟାଲେରିଆ ମାମଲା ଲଗାତାର ହ୍ରାସ ହେଉଛି । ୨୦୧୫ ମସିହା ପରଠାରୁ ଭାରତରେ ଏହି ରୋଗ ୮୦ ପ୍ରତିଶତ ହ୍ରାସ ଦେଖାଯାଇଛି ।

Omkar Vasthu
Omkar Vasthu

ପ୍ରତିବର୍ଷ ସାରା ବିଶ୍ବରେ ମ୍ୟାଲେରିଆରେ ଅନେକ ପ୍ରାଣ ହରାଉଛନ୍ତି । କାରଣ ଏହି ରୋଗର ସେପରି କିଛି ସ୍ବତନ୍ତ୍ର ଚିକିତ୍ସା ନାହିଁ । କିନ୍ତୁ ବର୍ତ୍ତମାନ ଏହି ରୋଗରୁ ଆପଣ ସହଜରେ ହୋଇ ପାରିବେ ସୁସ୍ଥ । ମ୍ୟାଲେରିଆ ରୋକିବାରେ ମେଡ଼ିସିନ ପ୍ରସ୍ତୁତ କରି ସଫଳତା ହାସଲ କରିଛନ୍ତି ଆଫ୍ରିକାର ବୈଜ୍ଞାନିକ ମାନେ। ଏହା ଏମିତି ଏକ ଔଷଧ ଯାହାକୁ ଥରେ ନେବା ମାତ୍ରେ ଦୀର୍ଘ ୬ ମାସ ପର୍ଯ୍ୟନ୍ତ ମ୍ୟାଲେରିଆ ରୋଗ ହେବ ନାହିଁ। ଏହା ମ୍ୟାଲେରିଆ ସଂକ୍ରମଣକୁ ରୋକା ଯିବା ନିମିତ ପ୍ରସ୍ତୁତ କରାଯାଇଛି ।

Pearl dental clinic
Near Ashish Medical Store, Bhawanipatna

ଆଣ୍ଟିବଡିକୁ ନେଇ ଅନୁସନ୍ଧାନକାରୀ ଟିମ କହିଛନ୍ତି ଯେ, ଏହି ଔଷଧ ଅଳ୍ପ ସମୟ ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ଅଟେ। ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ହେଲଥ କ୍ଲିନିକାଲ ପରୀକ୍ଷଣର ଏକ ଅଧ୍ୟୟନରୁ ଜଣାପଡିଛି, ଏହି ଆଣ୍ଟିବଡ଼ିର ଗୋଟିଏ ପାନ ୬ମାସ ପର୍ଯ୍ୟନ୍ତ କାମ ଦେବ । ତେବେ ଆଣ୍ଟିବଡ଼ିଟି ୨୪ ସପ୍ତାହ ମଧ୍ୟରେ ମ୍ୟାଲେରିଆକୁ ରୋକିବାର ୮୮.୨% ପ୍ରଭାବଶାଳୀ ବୋଲି ପରୀକ୍ଷଣ ହୋଇଛି । ପରିକ୍ଷଣଟି ବୟଷ୍କ ବ୍ୟକ୍ତିଙ୍କ ଉପରେ କରାଯାଇଥିଲା । ଦାବି କରାଯାଉଛି ଯେ, ଆଣ୍ଟିବଡି ହେବା ଦ୍ବାରା ଶରୀରରେ ମ୍ୟାଲେରିଆ ବିରୋଧରେ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବ । ଯାହା ଏହି ରୋଗରୁ ଲୋକଙ୍କୁ ରକ୍ଷା କରିବ ।‌ ଏହି ଅଧ୍ୟୟନଟି ଦ ନିୟୁ ଇଂଲଣ୍ଡ ଜର୍ଣ୍ଣାଲରେ ପ୍ରକାଶିତ ହୋଇଥିଲା । ଏହାପରେ ସିଆଲଟରେ ୨୦୨୨ ଆମେରିକୀୟ ସୋସାଇଟି ଅଫ ଟ୍ରପିକାଲ ମେଡ଼ିସିନ ଏବଂ ହାଇଜିନ ବାର୍ଷିକ ବୈଠକରେ ଆଣ୍ଟିବଡ଼ିକୁ ଉପସ୍ଥାପିତ କରାଯାଇଛି ।

Udyog Nursery
Udyogi Nursery

ଏହି ଅଧ୍ୟୟନରେ ଜଡିତ ନଥିବା ନ୍ୟୁୟର୍କର ଆଲବର୍ଟ ଆଇନ୍ ଷ୍ଟାଇନ୍ କଲେଜ ଅଫ୍ ମେଡିସିନ୍ ର ଡକ୍ଟର ଜୋହାନା ଡେଲି କହିଛନ୍ତି ଯେ କର୍କଟ ଏବଂ କୋଭିଡ-୧୯ର ଚିକିତ୍ସା ପାଇଁ ଲ୍ୟାବ୍ ନିର୍ମିତ ଆଣ୍ଟିବଡି ବ୍ୟବହୃତ ହୁଏ । ଡାକ୍ତରଙ୍କ କହିବା ଅନୁସାରେ, ଭଲ ଖବର ହେଉଛି ବର୍ତ୍ତମାନ ମ୍ୟାଲେରିଆକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିବାକୁ ଆମର ଆଉ ଏକ ପ୍ରତିରକ୍ଷା-ଆଧାରିତ ଥେରାପି ପ୍ରସ୍ତୁତ ହୋଇଛି ।

ତେବେ ମ୍ୟାଲେରିଆ ନିରାକରଣ କ୍ଷେତ୍ରରେ ଓଡ଼ିଶାକୁ ମିଳି ସାରିଛି ଆର୍ନ୍ତଜାତୀୟ ସ୍ୱୀକୃତି । ରାଜ୍ୟରେ ୨୦୧୭ ମସିହାଠାରୁ ମ୍ୟାଲେରିଆ ନିରାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଏଥିରେ ଉଲ୍ଲେଖନୀୟ ସଫଳତା ମିଳି ପାରିଛି । ୨୦୧୬ ମସିହାରେ ୪.୫ ଲକ୍ଷ ମ୍ୟାଲେରିଆ ରୋଗୀ ଚିହ୍ନଟ ହୋଇଥିବା ବେଳେ ସରକାରଙ୍କର ମେଲେରିଆ ନିରାକରଣ ଦିଗରେ ‘ଦମନ’ ଭଳି ଅଭିନବ ଯୋଜନା କାର୍ଯ୍ୟକାରୀ କରାଯାଇଥିଲା । ଏଥିରେ ୪୫ ହଜାର ଆଶା କର୍ମୀ, ସ୍ୱାସ୍ଥ୍ୟ କର୍ମୀ ଏବଂ ଗୋଷ୍ଠୀ ସ୍ତରର ସ୍ୱେଚ୍ଛାସେବୀ ମାନଙ୍କର ନିରନ୍ତର ଉଦ୍ୟମ ଫଳରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ୯୦ % ହ୍ରାସ ପାଇପାରିଛି । ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଭୂୟସି ପ୍ରଶଂସା କରିଛି । ୨୦୧୯ ମସିହାରେ ରାଜ୍ୟରେ ମ୍ୟାଲେରିଆ ଦୂରିକରଣ ପାଇଁ ରାଜ୍ୟ ସରକାରଙ୍କ ସହ ‘ମ୍ୟାଲେରିଆ ନୋ ମୋର୍‌’ କାର୍ଯ୍ୟ ଆରମ୍ଭ କରିଥିଲା । ଏହି ଅନୁଷ୍ଠାନ ସରକାରଙ୍କ ସହ ବିଗତ ତିନି ବର୍ଷ ଧରି ମ୍ୟାଲେରିଆ ନିରାକରଣ ଦିଗରେ ନିରବଚ୍ଛିନ୍ନ ଭାବରେ କାର୍ଯ୍ୟ କରିଆସୁଛି । ମାଲକାନାଗିରି ଓ କୋରାପୁଟ ଭଳି ଉପାନ୍ତ ଓ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଏହି ଅନୁଷ୍ଠାନର ପ୍ରାୟ ୩୫୦ ସ୍ୱେଚ୍ଛାସେବୀ ଏଥିରେ ନିୟୋଜିତ ଅଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.