କବିତା: ଫେରିବ ପତ୍ରଝଡା

ବହିଛି ଶୀତଳ ମଳୟ ବନରେ,
ପତ୍ରଝଡ଼ା ଋତୁ ଫେରି ଆସିଛି ।
ବଦଳାଇ ତା’ର ସବୁଜ ବସନ,
ମେଦିନୀ ଦେହରେ ରଙ୍ଗ ମାଖିଛି ।

ଝରା ପତ୍ର କହେ ଧୂସର ହୋଇବ,
ଲାଗଇ ଯାହା ଆଜି ମନଲୋଭା ।
କ୍ଷଣ କର ଏହି ରୂପ ସାଜ ସଜା,
ଧୂଳିରେ ମିଶିବ, ଅରଣ୍ୟ ଶୋଭା ।

ଅଟକାଇ କିଏ ପାରିଛି କୁହତ,
ସମୟ ଚକକୁ, ବାଞ୍ଛନା କରି?
ବଦଳେ ସୃଷ୍ଟିର ରୂପ ନିରନ୍ତର,
କି ହେବ ଅହେତୁ କାମନା କରି ?

ଗଡ଼ି ଯାଉ ଦିନ ଝରି ଯାଉ ବନ,
ହୋଇଯାଉ ପତ୍ର ଶୁନ୍ୟ ପାଦପ,
ସରିଯିବ ଯେବେ ହିମର ପ୍ରଭାବ,
ଶୁଭିବ ବସନ୍ତର ପଦଚାପ ।

ଫେରିବ ପୁଣି ଅରଣ୍ୟକୁ ଦିନେ,
ରଙ୍ଗ ସମ୍ଭାର ନେଇ ପତ୍ରଝଡା ।
ବନ ପଥ ଧାରେ, କ୍ଳାନ୍ତ ପଥିକର,
ନୟନେ ପୁଣି ହୋଇବ ସଜଡ଼ା ।

ରଞ୍ଜିତ କୁମାର ସାହୁ
ଯୁକ୍ତରାଷ୍ଟ୍ର ଆମେରିକା
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.