ନର୍ଲା କୃଷି ଅଫିସରୁ ମାଣ୍ଡିଆ ରଥର ଶୁଭାରମ୍ଭ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ସ୍ଥିତ ଜିଲ୍ଲା କୃଷି ଅଫିସ୍ ରୁ ଆଜି ସୋମବାର ସକାଳ ୧୦ ଘଣ୍ଟା ସମୟରେ ମାଣ୍ଡିଆ ରଥକୁ ମୁଖ୍ୟ ଅତିଥି ନର୍ଲା ଗୋଷ୍ଠି ଉନ୍ନୟନ ଅଧିକାରୀ ବାସନ୍ତି ସେଠୀ ସବୁଜ ପତାକା ଦେଖାଇ ରଥଯାତ୍ରାର ଶୁଭାରମ୍ଭ କରିଛନ୍ତି । ସହଭାଗି ବିକାଶ ଅଭିଯାନ ନର୍ଲା ବ୍ଲକ୍ ସଂଯୋଜକ ସୁକାନ୍ତ କୁମାର ଚାନ୍ଦଙ୍କ ନେତୃତ୍ୱରେ ମିଲେଟ ମିସନ ନର୍ଲା ତରଫରୁ ନର୍ଲା ବ୍ଲକ ପରିଭ୍ରମଣ ଉଦ୍ଦେଶ୍ୟରେ ବାହାରିଥିବା ଏହି ମାଣ୍ଡିଆ ରଥର ଶୁଭାରମ୍ଭ ଉତ୍ସବରେ ସମ୍ମାନୀତ ଅତିଥି ଭାବରେ ନର୍ଲା ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ମାତୃପଦ ପ୍ରହରାଜ, ନର୍ଲା ସିଡିପିଓ ନିବାସିନୀ ବିଶ୍ୱାଳ, ବ୍ଲକ କୃଷି ଅଧିକାରୀ ରଜତ କୁମାର ମିଶ୍ର, ନର୍ଲା ଜିଲ୍ଲା କୃଷି ଅଫିସ ର ସେକ୍ସନ ଅଫିସର ପୂର୍ଣ୍ଣଚନ୍ଦ୍ର ବେହେରା, ମହାଶକ୍ତି ମିଶନର ବ୍ଲକ୍ ସଂଯୋଜକ ରୋହିତ ବିଶ୍ୱାଳ ପ୍ରମୁଖ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ସହ ସଂଯୋଜକ ଥବିର ସାହୁ ସମସ୍ତଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଓଡିଶା ମିଲେଟ ମିଶନ ର ଲକ୍ଷ୍ୟ ଓ ଉଦ୍ଦେଶ୍ୟ, ମାଣ୍ଡିଆ ଦିବସ ର ବହୁଳ ପ୍ରଚାର ପ୍ରସାର ଯାହା ଓଡିଶା ସରକାରଙ୍କର ମୂଳ ଲକ୍ଷ୍ୟ ରହିଛି ବୋଲି ତାଙ୍କ ବକ୍ତବ୍ୟରେ କହିଥିଲେ । ମାଣ୍ଡିଆ ଭଳି ଔଷଧିୟ ଗୁଣ ବହନ କରୁଥିବା କ୍ଷୁଦ୍ର ଦାନା ଜାତୀୟ ଫସଲର ଚାଷ ଓ ବ୍ୟାପକ ବ୍ୟବହାର ଉଦ୍ଦେଶ୍ୟରେ ନଭେମ୍ବର ୧୦ କୁ ମାଣ୍ଡିଆ ଦିବସ ରୁପେ ପାଳନ କରିବା ପାଇଁ ସ୍ଥିରିକୃତ ହୋଇଥିବା ଉଦ୍ଘାଟନୀ ଉତ୍ସବରେ ଶ୍ରୀସାହୁ ଅବଗତ କରାଇଥିଲେ । ଏହାପରେ ମୁଖ୍ୟ ଅତିଥି ନର୍ଲା ବିଡିଓ ଶ୍ରୀମତୀ ସେଠୀ ମିଲେଟ ଜାତୀୟ ଖାଦ୍ୟର ଉପାଦେୟତା ଏବଂ ଏହି ମିଲେଟ ଜାତୀୟ ଖାଦ୍ୟର ବହୁଳ ବ୍ୟବହାର ପାଇଁ ବହୁଳ ପ୍ରଚାର ପ୍ରସାର ଓ ଚାଷୀଙ୍କୁ ଏହି କ୍ଷୁଦ୍ର ଦାନା ଜାତୀୟ ଫସଲ ଚାଷ ପାଇଁ ଉତ୍ସାହିତ କରିବା ପାଇଁ ସମସ୍ତଙ୍କୁ ବାତ୍ତା ଦେଇଥିଲେ । ଏହାପରେ ଅତିଥି ବୃନ୍ଦ ଲକ୍ଷ୍ମୀ ଫଟୋଚିତ୍ରରେ ଧୂପ, ଦୀପ ଦେଇ ନାରିକେଳ ଭାଙ୍ଗି ପୂଜାପାଠ କରିବା ପରେ ସବୁଜ ପତାକା ଦେଖାଇ ମାଣ୍ଡିଆ ରଥଯାତ୍ରାର ଶୁଭାରମ୍ଭ କରିଥିଲେ । ସହଭାଗୀ ବିକାଶ ଅଭିଯାନ ନର୍ଲା ବ୍ଲକ୍ ସହ ସଂଯୋଜକ ଥବିର ସାହୁ, ଗ୍ରାମ୍ୟ କୃଷି କର୍ମଚାରୀ ଜ୍ୟୋତ୍ସ୍ନା ମହାପାତ୍ର, ସବିତା ସେନାପତି, ଗଜମତୀ ମାଝୀ, ତୀର୍ଥ ଶବର, ସୁରଜିତ ସିଂ ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସହଭାଗୀ ବିକାଶ ଅଭିଯାନ ର ସିଆରପି, କୃଷି ବିଭାଗର କର୍ମଚାରୀ ଓ ଅଞ୍ଚଳର ଚାଷୀ ମାନେ ଉପସ୍ଥିତ ଥିଲେ । ଏଠାରେ ପ୍ରକାଶ ଯୋଗ୍ୟ ଯେ ଏହି ମାଣ୍ଡିଆ ରଥ ନର୍ଲା ବ୍ଲକ ର ୨୬ ଗୋଟି ଗ୍ରାମ ପଞ୍ଚାୟତ ଅଞ୍ଚଳରେ କ୍ଷୁଦ୍ର ଶସ୍ୟ ମାଣ୍ଡିଆ ଚାଷ ଉପରେ ଜନ ସଚେତନତା ସୃଷ୍ଟି କରିବା ପାଇଁ ଆଜି ଠାରୁ ମାଣ୍ଡିଆ ଦିବସ ନଭେମ୍ବର ୧୦ ଯାଏଁ ପରିଭ୍ରମଣ କରି ସଚେତନତାର ବାର୍ତ୍ତା ଦେବ । ଓ ମାଣ୍ଡିଆ ଦିବସ ନଭେମ୍ବର ୧୦ ରେ ଭାନପୁର ହାଇସ୍କୁଲ ଠାରେ ଏକ ଭବ୍ୟ ମାଣ୍ଡିଆ ଫୁଡ ଫେଷ୍ଟିଭାଲ ଅନୁଷ୍ଠିତ ହେବ ବୋଲି ବ୍ଲକ୍ ସଂଯୋଜକ ଶ୍ରୀ ଚାନ୍ଦ୍ ସୂଚନା ଦେଇଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.