ବାଲସିଙ୍ଗା ପଂଚାୟତରେ ଅଭିଯୋଗ ଶୁଣାଣୀ: ୨୨୫ ଜଣ ଅଭିଯୋଗକାରୀ ତାଲିକା ଭୁକ୍ତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ପଞ୍ଚାୟତ ଗୁଡିକରେ ପ୍ରତି ସୋମବାର ଗ୍ରାମ ପଞ୍ଚାୟତ ସ୍ତରୀୟ ବିଡ଼ିଓଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ହେଉଥିବା ବେଳେ ସୋମବାର ୭/୧୧ ବାଲସିଙ୍ଗା ଗ୍ରାମ ପଞ୍ଚାୟତ ଠାରେ ବିଡ଼ିଓଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତି ସେଠି, ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା  ମନୋରମା ମହାନ୍ତି, ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି, ଅତିରିକ୍ତ ବିଡିଓ ଦେବେନ୍ଦ୍ର ସାମଲ, ସିଡିପିଓ  ନିବାସିନୀ ବିଶ୍ୱାଳ, ଅତିରିକ୍ତ ତହସିଲଦାର ଯୋଗେଶ୍ୱର ସାହୁ, ସହକାରୀ ବ୍ଲକ ଶିକ୍ଷାଧିକାରୀ ଗୋବର୍ଦ୍ଧନ ମାଝୀ, ଜିପିଇଓ କ୍ଷିତିଶ ଚନ୍ଦ୍ର ନାଏକ, ଅତିରିକ୍ତ ଜିଲ୍ଲା କୃଷି ଅଧିକାରୀ ମାତୃପଦ ପ୍ରହରାଜ, ଟାଟା ପାୱାର ନର୍ଲା ଏସଡ଼ିଓ କମଲେଶ ଦାସ, ଏମଆଇ ସୌମ୍ୟରଞ୍ଜନ ମାଝୀ, ଯୋଗାଣ ବିଭାଗ ଅଧିକାରୀ, ଓଏଲଏମ କର୍ମଚାରୀ ପ୍ରଭାସିନୀ ଏକ୍କା, ବାଲସିଙ୍ଗା ଗ୍ରାମ୍ୟ କୃଷି କର୍ମଚାରୀ ଗଜମତି ମାଝୀ ଓ ସମସ୍ତ ବିଭାଗୀୟ ଅଧିକାରୀ, ଆଶା, ଅଙ୍ଗୱାଡି କର୍ମୀ, ଗ୍ରାମ ପଞ୍ଚାୟତ କର୍ମଚାରୀ, ବାଲସିଙ୍ଗା ଗ୍ରାମ ପଞ୍ଚାୟତ ଅଂଚଳର ଜନ ସାଧାରଣ ଉପସ୍ଥିତ ଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ବାଲସିଙ୍ଗା ଗ୍ରାମ ପଞ୍ଚାୟତ ସରପଞ୍ଚ ପୂଜା ସାରିନୋଭା ସ୍ୱାଇଁଙ୍କ ଉପସ୍ଥିତି ରେ ଜନସାଧାରଣ ଙ୍କ ଅଭିଯୋଗ ଶୁଣାଣୀ ଶିବିରଟି ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହୋଇଯାଇଛି। ନର୍ଲା ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ନାଏକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ବାଲସିଙ୍ଗା କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ସାହୁ, ପଞ୍ଚାୟତ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ । ଏହି ଅଭିଯୋଗ ଶୁଣାଣୀ ଶିବିରରେ ୨୨୫ ଜଣଙ୍କ ଆପତ୍ତି ଅଭିଯୋଗ କୁ ତାଲିକା ଭୁକ୍ତ କରାଯାଇଥିବା ଜଣାପଡ଼ିଛି । ଏଥି ମଧ୍ୟରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ରହିଥିବା ଅଭିଯୋଗ, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଜମି ଜମା ସଂକ୍ରାନ୍ତୀୟ ମାମଲା, କୃଷି ସମ୍ବନ୍ଧୀୟ ସମସ୍ୟା, ଥାନାରେ ରହିଥିବା କେସ, ବିଦ୍ୟୁତ ସଂଯୋଗୀ କରଣ ବିଷୟରେ ଅଭିଯୋଗ ମାନ ହୋଇଥିଲା ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.