ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଅନ୍ନପୂର୍ଣ୍ଣା ଦାସ ରେଭେନ୍ସା ବିଶ୍ବବିଦ୍ୟାଳୟର ଓଡ଼ିଆ ବିଭାଗରୁ ପିଏଚ୍.ଡି ଡିଗ୍ରୀ ଲାଭ କରିଛନ୍ତି । ତାଙ୍କ ଗବେଷଣାମୂଳକ ସନ୍ଦର୍ଭର ବିଷୟ ହେଲା– “ଓଡ଼ିଆ ପ୍ରବନ୍ଧ ସାହିତ୍ୟ: ଊନବିଂଶ ଶତାବ୍ଦୀ”। ସେ ବି.ଜେ.ବି ସ୍ୱୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଫେସର ପ୍ରେମାନନ୍ଦ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗବେଷଣା କରୁଥିଲେ । ତାଙ୍କ ଗବେଷଣା ନିବନ୍ଧଟି ଜବାହାରଲାଲ ନେହେରୁ ବିଶ୍ବବିଦ୍ୟାଳୟ ନୂଆଦିଲ୍ଲୀର ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଆଦିକବି ସାରଳା ଦାସଙ୍କ ପଦବୀରେ ଅଧ୍ୟଷ୍ଠିତ ପ୍ରଫେସର ଉଦୟନାଥ ସାହୁ ଏବଂ ବିଶ୍ୱଭାରତୀ ଶାନ୍ତିନିକେତନ ପଶ୍ଚିମବଙ୍ଗର ଭାଷା ବିଭାଗର ପୂର୍ବତନ ଅଧ୍ୟକ୍ଷ ପ୍ରଫେସର କଇଳାସ ପଟ୍ଟନାୟକଙ୍କ ଦ୍ବାରା ପରିକ୍ଷୀତ ହୋଇ ଉଚ୍ଚ ପ୍ରଶଂସିତ ହୋଇଛି । ଡ. ଦାସ ଖୋର୍ଦ୍ଧା ଜିଲ୍ଲା ନରିଶୋ ପଞ୍ଚାୟତର କଣ୍ଟାପଡା ଗ୍ରାମର ବାସିନ୍ଦା ଦୀନବନ୍ଧୁ ଦାସ ଓ ଖୁଲଣା ଦାସଙ୍କ କନ୍ୟା ଏବଂ ଭୁବନେଶ୍ବର ନିବାସୀ ଚନ୍ଦ୍ରପ୍ରକାଶ ଦାସ ଓ ସୁଚିତ୍ରା ଦାସଙ୍କ ପୁତ୍ରବଧୂ ଅଟନ୍ତି । ଡ. ଦାସଙ୍କ ସ୍ୱାମୀ ଜ୍ୟୋତିପ୍ରକାଶ ଦାସ, ପୁନେ ସ୍ଥିତ ଏକ ମଲ୍ଟିନ୍ୟାସନ୍ୟାଲ କମ୍ପାନୀରେ ମେକାନିକାଲ ଇଞ୍ଜିନିୟର ଭାବରେ କାର୍ଯ୍ୟ କରନ୍ତି । ଏହି ସଫଳତାର ପାଇଁ ଡ. ଦାସ ନିଜର ଦିଗ୍ଦର୍ଶକ, ପିତାମାତା, ଶାଶୁ ଶ୍ଵଶୁର, ଦୁଇଭାଇ ପ୍ରଶାନ୍ତ କୁମାର ଦାସ ଓ ସୁଶାନ୍ତ କୁମାର ଦାସ, ଦୁଇ ଭାଉଜ ଭାଗ୍ୟଲକ୍ଷ୍ମୀ ଦାସ ଓ ଏଲିନା ପ୍ରିୟଦର୍ଶିନୀ ଦାସ, ଦୁଇ ପୁତୁରା ଆଦି ଓ ଅଭି, ପ୍ରିୟ ବନ୍ଧୁ କାର୍ତ୍ତିକ କୁମାର ସାହୁ ଓ ସ୍ୱାମୀ ଜ୍ୟୋତିପ୍ରକାଶ ଏବଂ ସମସ୍ତ ସାଙ୍ଗସାଥି ଓ ଈଶ୍ବରଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।