ଅଜଗର ଉଦ୍ଧାର

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳର ଖେମାଲୋଏ ପଞ୍ଚାୟତରେ ୮ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର ହୋଇଛି । ରାସ୍ତା ପାର ହେଉଥିବା ବେଳେ କିଛି ଲୋକ ଅଜଗରଟିକୁ ଦେଖିଥିଲେ । ଖେମାଲୋଏ ଗ୍ରାମର ସତ୍ୟଜିତ ଗଡୁଆ ଓ ପ୍ରକାଶ ପଣ୍ଡା ତାକୁ ଉଦ୍ଧାର କରିବା ସହ ସ୍ଥାନୀୟ ବନ ବିଭାଗ କର୍ମଚାରୀଙ୍କୁ ହସ୍ତାନ୍ତର କରିଥିଲେ । ପରେ ବନ ବିଭାଗ କର୍ମଚାରୀ ଅଜଗରକୁ ନିକଟସ୍ଥ ଜଙ୍ଗଲକୁ ନେଇ ଛାଡି ଦେଇଥିବା ସୂଚନା ମିଳିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.