କଳାହାଣ୍ଡି,୧୧/୪ (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲାର କାର୍ଲମୁଣ୍ଡା ବ୍ଲକ ଗଜବାହଲ ପଂଚାୟତ ର ଟେଟେଙ୍ଗପଦର ଗ୍ରାମବାସୀ ରାସ୍ତା ଓ ବ୍ରିଜ ନିର୍ମାଣ ଦାବୀ ରେ ଆଜି ସାଧାରଣ ନିର୍ବାଚନକୁ ବର୍ଜନ କରିଛନ୍ତି। ଦୀର୍ଘ ବର୍ଷ ହେଲା ସେମାନେ ରାସ୍ତା ଟିଏ ପାଇଁ ଦାବୀ କରିଆସୁଥିଲେ ମଧ୍ୟ ପ୍ରଶାସନ ତରଫରୁ କିଛି ପଦକ୍ଷେପ ନିଆଯାଇନାହିଁ। ଗ୍ରାମର ଛାତ୍ରଛାତ୍ରୀ ମାନେ ସ୍କୁଲ, କଲେଜ ଯିବାରେ ଅସୁବିଧା ହେଉଛି। ସେଇପରି ଲଷ୍ମୀ ନାଳରେ ବ୍ରିଜ ନିର୍ମାଣ ହୋଇନଥିବାରୁ ଯାତାୟାତ ଠପ ହେଉଛି।ତହସିଲଦାର ଅବନିକାନ୍ତ ସାହୁ ଗ୍ରାମରେ ପହଂଚି ବୁଝାସୁଝା କରିଥିଲେ ମଧ୍ୟ ଗ୍ରାମବାସୀ ଭୋଟ ଦେବେ ନାହିଁ ବୋଲି ଜିଦ ଧରିଥିଲେ।ପ୍ରକାଶ ଥାଉକି ଏହି ଗ୍ରାମରେ ୩୦୦ରୁ ଅଧିକ ଭୋଟର ଅଛନ୍ତି।