ନର୍ଲା : ମହିଳା ଓ ଯୁବାବର୍ଗଙ୍କ ମଧ୍ୟରେ ମତଦାନକୁ ନେଇ ଉତ୍କଣ୍ଠା

ଅଧିକ ସଂଖ୍ୟାରେ ବୟୋଜେଷ୍ଠ ନାଗରିକ ବି ଦେଲେ ଭୋଟ୍

କଳାହାଣ୍ଡି,୧୧/୪ : ୨୦୧୯ ସାଧାରଣ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆଜି ସମାପ୍ତ ହେବାକୁ ଯାଉଛି । ଦେଶର ଏହି ଗଣତନ୍ତ୍ରର ପର୍ବ ଉପଳକ୍ଷେ ସମସ୍ତ ନାଗରିକ ଉତ୍ସାହିତ ରହିଥିବାବେଳେ ଓଡିଶା ବିଧାନସଭାର ୮୧ ନମ୍ବର ଆସନ ନର୍ଲା ନିର୍ବାଚନ ମଣ୍ଡଳୀରେ ମହିଳା ଓ ଯୁବାବର୍ଗ ମଧ୍ୟରେ ପ୍ରବଳ ଉତ୍କଣ୍ଠା ପରିଳକ୍ଷିତ ହେଉଥିଲା । ନୂଆକରି ଭୋଟ ଦେଉଥିବା ଯୁବକ ମାନେ ଅଧିକ ମାତ୍ରାରେ ଉତ୍ସାହିତ ଥିବାବେଳେ ମତଦାନ କରିବାକୁ ଆସୁଥିବା ବରିଷ୍ଠ ନାଗରିକ, ଭିନ୍ନକ୍ଷମ ଓ ମହିଳା ମାନଙ୍କୁ ସେମାନେ ସହଯୋଗ କରୁଥିବା ଦେଖାଯାଇଥିଲା ।

ଅଧିକ ସଂଖ୍ୟାରେ ବୟୋଜେଷ୍ଠ ନାଗରିକ ମାନେ ଆସି ଭୋଟଦାନ କରିଥିବାବେଳେ ସେମାନଙ୍କ ପାଇଁ ହ୍ବିଲ୍ଲ ଚେୟାର, ବିଶ୍ରାମସ୍ଥଳ ଓ ପାନୀୟଜଳର ସୁବ୍ୟବସ୍ଥା କରାଯାଇଥିଲା । ସେହିପରି ଭିନ୍ନକ୍ଷମ ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବାରୁ ଏଥର ଭୋଟ ହାର ବଢିବ ବୋଲି ଆକଳନ କରାଯାଇପାରେ ।

ନର୍ଲା ନିର୍ବାଚନ ମଣ୍ଡଳୀରେ ୨୫୩ ବୁଥ୍ ରହିଛି । ସକାଳ ୭ ରୁ ଅପରାହ୍ନ ୪ ଘଣ୍ଟା ମଧ୍ୟରେ ମତଦାନ ସାବ୍ୟସ୍ଥ କରିବାର ସମୟ ନିର୍ଘଣ୍ଟ ଥିବାବେଳେ ଅଧିକ ସଂଖ୍ୟାରେ ଭୋଟର ଥିବାବେଳେ କେତେକ ବୁଥ୍ ରେ ଖବର ଲେଖା ହେବା ପର୍ଯ୍ୟନ୍ତ ମତଦାନ ଚାଲିଛି ଓ ଅଳ୍ପ ସମୟ ମଧ୍ୟରେ ଏହା ସମାପନ ହେବ ବୋଲି ଜଣାପଡିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.