ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): କଳାହାଣ୍ଡି ଜିଲ୍ଲାର କଶୃପଡ଼ା କନିଷ୍ଠ ମହାବିଦ୍ୟଳୟଠାରେ ଯୁବ ରେଡ଼କ୍ରସ ତରଫରୁ ସଡ଼କ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ କେସିଙ୍ଗା ଏଚଡ଼ିଏଫସି ବ୍ୟାଙ୍କ ମ୍ୟାନେଜର ବାବାଶ୍ରୀ ମିଶ୍ର ଯୋଗଦେଇ ନୋବେଲ ପୁରସ୍କାର ବିଜେତା ବିଶିଷ୍ଟ ଡ଼ାକ୍ତର, ଦାର୍ଶନିକ ତଥା ରେଡକ୍ରସର ପ୍ରତିଷ୍ଠାତା ହେନେରି ଡୁନାଣ୍ଟଙ୍କ ତୈଳ ଚିତ୍ରରେ ପୁଷ୍ପ ପ୍ରଦାନ କରି ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ପ୍ରଦାନ କରିଥିଲେ।

ମହାବିଦ୍ୟାଳୟର ଅଧ୍ୟକ୍ଷ ରମେଶ ଚନ୍ଦ୍ର ନାଏକ କାର୍ଯ୍ୟକ୍ରମର ସଭାପତିତ୍ବ କରିଥିବାବେଳେ ରେଡ଼କ୍ରସ ପରାମର୍ଶଦାତା ଅଧ୍ୟାପକ ଡକ୍ଟର ଅଜିତ କୁମାର ବେହେରା ସଡ଼କ ସୁରକ୍ଷା ସମ୍ପର୍କରେ ତାଲିମ ଦେଇଥିଲେ। ଏଥିରେ ସମ୍ମାନିତ ଅତିଥି ଭାବରେ ପୂର୍ବତନ ଛାତ୍ରୀ ବ୍ଲେସି ବାଗ ଯୋଗଦାନ କରିଥିବା ବେଳେ ଅଧ୍ୟାପକ ଗୋପାଳ ଚନ୍ଦ୍ର ପ୍ରଧାନ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
