ରାୟଗଡା ବିଜେପି ଅନୁସୂଚିତ ଜନଜାତି ମୋର୍ଚ୍ଚା ପକ୍ଷରୁ ଶହିଦ ବିର୍ସା ମୁଣ୍ଡାଙ୍କ ୧୪୭ତମ ଜନ୍ମ ଦିବସ ପାଳିତ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ସହିଦ ବିର୍ସା ମୁଣ୍ଡାଙ୍କ ୧୪୭ତମ ଜନ୍ମ ଦିବସ ରାୟଗଡା ବିଧାନସଭା କ୍ଷେତ୍ର ଭାରତୀୟ ଜନତା ପାର୍ଟିର ଅନୁସୂଚିତ ଜନଜାତି ମୋର୍ଚ୍ଚା ସୈାଜନ୍ୟତାରେ ସ୍ଥାନୀୟ ନଗର ଭବନ ସଭାକକ୍ଷରେ ଆଜି ରାଷ୍ଟ୍ରିୟ ଜନଜାତୀୟ ଗୈାରବ ଦିବସ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେପି ରାଜ୍ୟ ଉପସଭାନେତ୍ରୀ ସୁକେଶି ଓରାମ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିର୍ସା ମୁଣ୍ଡାଙ୍କ ସଂଗ୍ରାମୀ ଜୀବନର ବିଷୟରେ ଆଲୋକପାତ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଷ୍ଟ୍ରୟ ସାଧାରଣ ସଂପାଦକ କାଳିରାମ ମାଝି, ଜିଲ୍ଲା ବିଜେପି ସଭାପତି ଶିବ ପଟ୍ଟନାୟକ, ବିଧାନସଭା ବିଧାୟକ ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବସନ୍ତ ଉଲାକା, ଅନୁସୂଚିତ ଜନଜାତି ମୋର୍ଚ୍ଚା ଜିଲ୍ଲା ସଭାପତି ବିଜୟ କ୍ରିଷ୍ଣା ଶବର, ନଗର ବିଜେପି ମହିଳା ସଭାନେତ୍ରୀ ମଂଜୁଳା ମିଣିୟାକା, ଜିଲ୍ଲା ଉପସଭାନେତ୍ରୀ କେ.ଅଶ୍ୱନୀ, ଜିଲ୍ଲା ଜନଜାତି ମୋର୍ଚ୍ଚା ସାଧାରଣ ସଂପାଦକ ଶଙ୍କର ପୁଲାକା ପ୍ରମୁଖ ମଂଚାସୀନ ହୋଇ ଶହୀଦ ବିର୍ସା ମୁଣ୍ଡାଙ୍କ ସଂଗ୍ରାମୀ ଜୀବନୀ ଉପରେ ଉପସ୍ଥିତ କର୍ମୀଙ୍କୁ ଉଦବୋଧନ ଦେଇଥିଲେ ।

Udyog Nursery
Udyogi Nursery

ସେହିପରି ଅନୁସୂଚିତ ଜନଜାତିଙ୍କ ବାଖ୍ୟା ଓ ଅଖିଳ ଭାରତୀୟ ସ୍ତର ରେ ଆଦିବାସୀ ଶହିଦଙ୍କ ଅବଦାନ, ରାୟଗଡା ଜିଲ୍ଲା ବିଜେପିରେ ଆଦିବାସୀଙ୍କ ଯୋଗଦାନ ଓ ଅବଦାନ, ଆଦିବାସୀଙ୍କ ସମସ୍ୟା ଓ ସମାଧାନ ଏବଂ ଜିଲ୍ଲାରେ ଆଦିବାସୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା ବିଷୟରେ ଅତିଥିମାନେ ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ନିଳାଦ୍ରୀ ବିହାରି ପାତ୍ର, ଉମେଶ ଖୋସଲା, ପ୍ରଶାନ୍ତ ପଟ୍ଟନାୟକଙ୍କ ସମେତ ଜିଲ୍ଲାର ସମସ୍ତ ମଣ୍ଡଳ ସ୍ତରୀୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.