ମାଁ ମାହେଶ୍ବରୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ 

ସୋନପୁର/ଲୋଇସିଂହା,୧୨/୪ : ଭାରତୀୟ ସଂସ୍କୃତିରେ ଶକ୍ତି ଉପାସନା କେଉଁ ଅନାଦି କାଳରୁ ଆରମ୍ଭ ହୋଇଛି । ଏହାର ସଠିକ ସମୟ ନିରୁପଣ କରିବା ଏକ କଷ୍ଟସାଦ୍ଧ୍ୟ ବିଷୟ । ପ୍ରାଚୀନ କାଳରୁ କୋଶଳ, ମହାକୋଶଳର ଏକ ବୃହତ୍ ଅଞ୍ଚଳ ବଲାଂଗିର ଶାକ୍ତତନ୍ତ୍ର ଧାରାର ଧ୍ବଜାଧାରୀ ଭାବେ ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରିଆସୁଛି । ଶାକ୍ତତନ୍ତ୍ର ଧାରାର ବୃହତ ଶ୍ରୋତ ଅଭିଚାର ତନ୍ତ୍ର ଧାରା ଏହି ମାଟିରେ ଆଜିଯାଏଁ ବଞ୍ଚି ରହିଛି । ଏକ ଗୌରବଜ୍ଜଳ ଇତିହାସର ମୂକସାଖି ଏହି ମାଟି ଆଜି ମଧ୍ୟ ଶାକ୍ତ ଧର୍ମଧାରାର ପ୍ରଚାର ପ୍ରସାର ପାଇଁ ପ୍ରୟାସରତ । ଏହି କ୍ରମରେ କନ୍ଦାଜୁରୀ ଠାରେ ମାଁ ମାହେଶ୍ବରୀଙ୍କ ମନ୍ଦିର ପ୍ରତିଷ୍ଠା କରାଯାଇଛି ।

Omkar Vasthu
Omkar Vasthu

ଗତ ୬ ତାରିଖ ରୁ ଆରମ୍ଭ ହୋଈ ୧୨ ତାରିଖ ପଯ୍ୟନ୍ତ ଦୀର୍ଘ ୭ ଦିନ ଧରୀ ଚାଲିଥିବା ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଉତ୍ସବ ମୂଖର ହୋଇପଡିଛି କନ୍ଦାଯୁରୀ ଗାଁ । ଶାସ୍ତ୍ରୀୟ ବିଧାନ ଅନୁସାରେ ବିଭିନ୍ନ ପର୍ଯ୍ୟାୟ ଦେଇ ଏହି ଉତ୍ସବ ଗତିଶିଳ ହୋଇଥିଲା ।  ଗାଁରେ ମାଁ ଙ୍କ ଦର୍ଶନ ପାଇଁ ଆଖପାରରୁ ହଜାର ହଜାର ଭକ୍ତଙ୍କ ସମାଗମ ହେଉଛି । ସଂନ୍ଧ୍ୟାରେ ‘ରାବଣ ଦରବାର’ କାର୍ଯ୍ୟକ୍ରମ ଦର୍ଶକଙ୍କ ମନ ମୋହିବାସହ ଅପେରା ଓ ମିନା ବଜାର କାର୍ଯ୍ଯକ୍ରମକୁ ସମସ୍ତେ ବିଳମ୍ବିତ ରାତ୍ରି ଯାଏଁ ଉପଭୋଗ କରୁଛନ୍ତି । ଆଜି (ଶୁକ୍ରବାର) ଏହି ଉତ୍ସବର ପରିସମାପ୍ତି ଘଟିବ ବୋଲି ମନ୍ଦିର କମିଟି ତରଫରୁ ସୂଚନା ମିଳିଛି ।

Pearl dental clinic
Near Ashish Medical Store, Bhawanipatna
ସୋନପୁର ଜିଲ୍ଲା ପ୍ରତିନିଧି ସୁଶାନ୍ତ କୁମାର ସାହୁଙ୍କ ରିପୋର୍ଟ odiabarta.in

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.