କଡା ସୁରକ୍ଷା ବଳୟରେ ଷ୍ଟ୍ରଙ୍ଗ ରୁମ୍ ରେ ଲକ୍ ହେଲା ଇଭିଏମ ଓ ଭିଭିପାଟ୍

ରାୟଗଡ,୧୨/୪ : ରାୟଗଡ ଜିଲ୍ଳା ବିଧାନ ସଭା ଆସନ ପାଇଁ ପ୍ରଥମ ପର୍ଯ୍ୟାୟରେ ଗତ ଏପ୍ରିଲ ୧୧ତାରିଖ ଗୁରୁବାର ଦିନ ଶାନ୍ତିଶୃଙ୍ଖଳା ସହ ଭୋଟ ଗ୍ରହଣ ଶେଷ ହୋଇଯାଇଛି । ରାୟଗଡ,କାଶିପୁର ବ୍ଳକ ଓ ରାୟଗଡ ପୈାର ପରିଷଦକୁ ନେଇ ଗଠିତ ରାୟଗଡ ନିର୍ବାଚନ ମଣ୍ଡଳିରେ ୨୯୮ଟି ବୁଥ ରହିଛି । ଚଳିତ ବର୍ଷର ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ବୁଥ ନିମନ୍ତେ ୨୯୮ଟି ଇଭିଏମ ଓ ୨୯୮ଟି ଭିଭିପାଟ ମେସିନ୍ ଭୋଟ ଗ୍ରହଣ କାର୍ଯ୍ୟରେ ବ୍ୟବହାର କରାଯାଇଥିଲା । ଗୁୁରୁବାର ଦିନ ସମସ୍ତ ବୁଥରେ ଭୋଟ ଗ୍ରହଣ କାର୍ଯ୍ୟ ସୁରୁଖୁରୁରେ ଓ ଶାନ୍ତିଶୃଙ୍ଖଳା ସହ ସମାପ୍ତ ହୋଇଥିବା ବେଳେ ଜିଲ୍ଳା ସଦର ମହକୁମାର ଜି.ସି.ଡି.ହାଇସ୍କୁଲ ଠାରେ କରାଯାଇଥିବା ଷ୍ଟ୍ରଙ୍ଗ ରୁମ୍ରେ ସମସ୍ତ ଇଭିଏମ ଓ ଭିଭିପାଟକୁ ସୁରକ୍ଷିତ ଭାବେ ଶୁକ୍ରବାର ଦିନ ରଖାଯାଇଛି । ଏହି ନିର୍ବାଚନ ମଣ୍ଡଳିର କିଛି ଦୁର୍ଗମ ଅଂଚଳର ବୁଥଗୁଡିକରୁ ଇଭିଏମ ଓ ଭିଭିପାଟଗୁଡିକ ବିଳମ୍ବିତ ରାତ୍ରରେ ପଂହଚିଥିବା ଜଣାପଡିଛି । ରାୟଗଡ ଉପଜିଲ୍ଳାପାଳ ତଥା ରିଟର୍ଣ୍ଣିଂ ଅଫିସର ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ତତ୍ୱାବଧାନରେ ଆଜି ଲୋକସଭା ଓ ବିଧାନସଭାର ଉଭୟ ୨୯୮ଟି ଇଭିଏମ ଓ ୨୯୮ଟି ଭିଭିପାଟକୁ ଷ୍ଟ୍ରଙ୍ଗରୁମରେ କଡା ସୁରକ୍ଷା ବଳୟ ମଧ୍ୟରେ ଜଉମୁଦା ଦେଇ ଲକ୍ କରି ଦିଆଯାଇଛି । ଷ୍ଟ୍ରଙ୍ଗରୁମକୁ ସୁରକ୍ଷା ଦେବା ପାଇଁ କରାଯାଇଥିବା ଦୁଇଟି କର୍ଡନ ମଧ୍ୟରେ ପ୍ରଥମେ ବାହାର କର୍ଡନରେ ଜିଲ୍ଳା ପୋଲିସ ଓ ଭିତର କର୍ଡନରେ ବିଏସଏଫ ଯବାନଙ୍କୁ ମୁତୟନ କରାଯାଇଛି ବୋଲି ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।

Omkar Vasthu
Omkar Vasthu
ସ୍ବତନ୍ତ୍ର ପ୍ରତିନିଧି ଶିବ ନାରାୟଣ ଗୌଡଙ୍କ ରିପୋର୍ଟ odiabarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in

Leave a Reply

Your email address will not be published. Required fields are marked *

error: You are not allowed to copy this content. Thank you.