ରାୟଗଡ,୧୨/୪ : ଶାନ୍ତିଶୃଙ୍ଖଳା ସହ ରାୟଗଡ ଜିଲ୍ଳାର ୩ଟି ବିଧାନ ସଭା ଆସନ ପାଇଁ ଶେଷ ହୋଇଯାଇଛି ପ୍ରଥମ ପର୍ଯ୍ୟାୟ ଭୋଟଗ୍ରହଣ । ଜିଲ୍ଳାର ୮୭୧ଟି ବୁଥରେ ୬ଲକ୍ଷ ୬୭ ହଜାର ୨୩୮ଜଣ ଭୋଟର ୭ଜଣ ସାଂସଦ ଓ ୧୬ଜଣ ବିଧାୟକ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରିଛନ୍ତି । ତେବେ ଫଳାଫଳ ଘୋଷଣା ହେବ ଆସନ୍ତା ମେ ୨୩ ତାରିଖରେ ।
ରାୟଗଡ ଜିଲ୍ଳାର ଗୁଣପୁର ନିର୍ବାଚନ ମଣ୍ଡଳିର ୨୮୪ଟି ବୁଥର ୨ଲକ୍ଷ ୧୦ହଜାର ୪୨୭ ଜଣ ଭୋଟରଙ୍କ ମଧ୍ୟରୁ ୧ଲକ୍ଷ ୪୯ହଜାର ୫୫୩ ଭୋଟର ନିଜ ମତଦାନ ସାବ୍ୟସ୍ତ କରିଥିବା ବେଳେ ୭୧.୦୭ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । ଏହି ନିର୍ବାଚନ ମଣ୍ଡଳିର ଗୁଣପୁର ବ୍ଳକର ୭୯ଟି ବୁଥର ୫୬୯୦୩ ଜଣ ଭୋଟରଙ୍କ ମଧ୍ୟରୁ ୪୧୩୪୩ଜଣ ଭୋଟର ମତଦାନ କରିଥିବା ବେଳେ ଏଠାରେ ମତଦାନ ହାର ୬୯.୮୮ ପ୍ରତିଶତ, ଗୁଣପୁର ପୈାର ପରିଷଦର ୨୦ଟି ବୁଥର ୧୮୦୧୨ ଜଣ ଭୋଟରଙ୍କ ମଧ୍ୟରୁ ୧୧୭୧୮ ଜଣଙ୍କ ମତଦାନ ହାରରେ ଶତକଡା ୬୫.୨୬ ପ୍ରତିଶତ,ପଦ୍ମପୁର ବ୍ଳକର ୫୩ଟି ବୁଥର ୪୦୧୪୪ ଜଣ ଭୋଟରଙ୍କ ମଧ୍ୟରୁ ୨୮୭୧୧ ଜଣଙ୍କ ମତଦାନ ହାରରେ ଶତକଡା ୭୦.୭୮ ପ୍ରତିଶତ, ରାମନଗୁଡା ବ୍ଳକର ୬୧ଟି ବୁଥର ୩୬୭୫୧ ଜଣ ଭୋଟରଙ୍କ ମଧ୍ୟରୁ ୨୭୪୨୯ ଜଣଙ୍କ ମତଦାନ ହାରରେ ଶତକଡା ୭୩.୭୬ ପ୍ରତିଶତ, ଚନ୍ଦ୍ରପୁର ବ୍ଳକର ୨୭ଟି ବୁଥର ୨୪୪୫୭ ଜଣ ଭୋଟରଙ୍କ ମଧ୍ୟରୁ ୧୭୪୦୬ ଜଣଙ୍କ ମତଦାନ ହାରରେ ଶତକଡା ୬୯.୯୬ ପ୍ରତିଶତ, ଗୁଡାରୀ ବ୍ଳକର ୩୭ଟି ବୁଥର ୨୬୭୫୭ ଜଣ ଭୋଟରଙ୍କ ମଧ୍ୟରୁ ୨୧୦୧୪ ଜଣଙ୍କ ମତଦାନ ହାରରେ ଶତକଡା ୭୭.୧୦ ପ୍ରତିଶତ ଓ ଗୁଡାରୀ ବିଞାପିତ ଅଂଚଳ ପରିଷଦରେ ଥିବା ୭ଟି ବୁଥର ୫୨୦୩ଜଣ ଭୋଟରଙ୍କ ମଧ୍ୟରୁ ୩୨୨୭ ଜଣଙ୍କ ମତଦାନ ହାରରେ ଶତକଡା ୫୮.୭୧ ପ୍ରତିଶତ ଭୋଟ ଗ୍ରହଣ ହୋଇଥିବା ବେଳେ ସର୍ବମୋଟ ଶତକଡା ୭୧.୦୭ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି ।
ସେହିପରି ବିଷମକଟକ ନିର୍ବାଚନ ମଣ୍ଡଳିରେ ମଧ୍ୟ ୨ଲକ୍ଷ ୧୯ହଜାର ୬୦୪ ଜଣ ଭୋଟରଙ୍କ ମଧ୍ୟରୁ ୧ଲକ୍ଷ ୭୩ହଜାର ୭୩୬ ଜଣ ଭୋଟର ମତଦାନ ସାବ୍ୟସ୍ତ କରିଥିବା ବେଳେ ଏଠାରେ ଶତକଡା ୭୯.୧୧ ପ୍ରତିଶତ ମତଦାନ ହୋଇଛି । ବିଷମକଟକର ବ୍ଳକର ୮୬ଟି ବୁଥର ୬୨୬୮୭ ଜଣ ଭୋଟରଙ୍କ ମଧ୍ୟରୁ ୪୯୪୮୯ ଜଣଙ୍କ ମତଦାନ ହାରରେ ଶତକଡା ୭୮.୪୦ ପ୍ରତିଶତ, କଲ୍ୟାଣସିଂହପୁର ବ୍ଳକର ୫୫ଟି ବୁଥର ୪୪୩୧୬ ଜଣଙ୍କ ମଧ୍ୟରୁ ୩୫୬୧୫ ଜଣଙ୍କ ମତଦାନ ହାରରେ ଶତକଡା ୭୯.୭୦ ପ୍ରତିଶତ, ମୁନିଗୁଡା ବ୍ଳକର ୭୭ଟି ବୁଥର ୬୧୫୫୮ ଜଣଙ୍କ ମଧ୍ୟରୁ ୪୬୮୪୧ ଜଣଙ୍କ ମତଦାନ ହାରରେ ଶତକଡା ୭୪.୯୪ ପ୍ରତିଶତ ଓ କୋଲନରା ବ୍ଳକର ୭୧ ବୁଥ ୪୯୦୯୧ଜଣ ଭୋଟରଙ୍କ ମଧ୍ୟରୁ ୪୬୮୪୧ଜଣଙ୍କ ମତଦାନ ହାରରେ ଶତକଡା ୮୪.୩୯ ପ୍ରତିଶତ ରହିଥିବା ଜଣାପଡିଛି ।
ତେବେ ରାୟଗଡ ନିର୍ବାଚନ ମଣ୍ଡଳିର ରାୟଗଡ ପୈାର ପରିଷଦର ୫୪ଟି ବୁଥର ୫୨୫୭୭ ଜଣଙ୍କ ମଧ୍ୟରୁ ୩୧୮୨୦ ଜଣ ଭୋଟର ନିଜ ମତଦାନ ସାବ୍ୟସ୍ତ କରିଥିବା ବେଳେ ଏଠାରେ ଶତକଡା ୫୯.୪୮ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । ରାୟଗଡ ବିଧାନ ସଭା ଆସନ ଅଧୀନର କାଶିପୁର ବ୍ଳକର ୯୭୩୯୩ଜଣ ଭୋଟରଙ୍କ ମଧ୍ୟରୁ ୭୮୮୨୮ଜଣଙ୍କ ମତଦାନ ହାର ଶତକଡା ୮୦.୯୪ ପ୍ରତିଶତ ରହିଥିବା ବେଳେ ୩୭୯୭୮ଜଣ ପୁରୁଷ ଓ ୪୦୮୫୦ଜଣ ମହିଳା ଭୋଟର ନିଜ ମତଦାନ କରିଥିଲେ । ତେବେ ଖବର ଲେଖିବା ସୁଦ୍ଧା ରାୟଗଡ ବ୍ଳକର ମତଦାନ ହାର ହସ୍ତଗତ ହୋଇ ନ ଥିବା ବେଳେ ଗତ ୨୦୧୪ ସାଧାରଣ ନିର୍ବାଚନ ରାୟଗଡ ଜିଲ୍ଳାରେ ମତଦାନ ହାର ଶତକଡା ୭୭.୪୩ ପ୍ରତିଶତ ରହିଥିଲା । ଚଳିତ ବର୍ଷ ଜିଲ୍ଳାର କୋଲନରା ବ୍ଳକର ହାତୀଖମ୍ବା, ପଦ୍ମପୁର, ରେଖାପଦର, ରାୟଗଡ ବ୍ଳକର ଭାକୁରଗୁଡା ୧୨୨ନମ୍ବର ବୁଥ, ରାୟଗଡ ମହାବିଦ୍ୟାଳୟର ବୁଥଗୁଡିକରେ କିଛି ସମୟ ଧରି ଇଭିଏମ ଓ ଭିଭିପାଟ ମେସିନରେ ଯାନ୍ତ୍ରୀକ ତ୍ରୁଟି ଦେଖାଦେଇଥିଲେ ସୁଦ୍ଧା ଏହାକୁ ବଦଳାଇ ପୁର୍ନବାର ଭୋଟ ଗ୍ରହଣ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଥିଲା । ଚଳିତ ବର୍ଷ ଭୋଟ ଗ୍ରହଣର ନିର୍ଦ୍ଧାରିତ ସମୟ ଅତିବାହିତ ହୋଇଯାଇଥିଲେ ମଧ୍ୟ ଅପରାହ୍ନ ୪ଟା ପରେ ବୁଥ ମଧ୍ୟରେ ଥିବା ଭୋଟରମାନେ ନିର୍ବାଚନ କମିଶନଙ୍କ ଗାଇଡ ଲାଇନ ଅନୁଯାୟୀ ନିଜ ମତଦାନ କରିଥିବା ଦେଖିବାକୁ ମିିଳିଥିଲା ।
ଭୋଟ ଦେଇ ଗଣତନ୍ତ୍ରକୁ ସୁଦୃଢ କରି ମଜବୁତ୍ ଭାରତ ଗଠନ କରିବା :ଏନ.ଭାସ୍କର ରାଓ
ଶତ ପ୍ରତିଶତ ମତଦାନ ହେବା ଆବଶ୍ୟକ : ବସନ୍ତ ଉଲାକା
ଭୋଟ ଦେବା ଆମ ଅଧିକାର,ନିଶ୍ଚିତ ଭାବେ ଭୋଟ ଦେବା : ଆପଲାସ୍ୱାମୀ କାଡ୍ରକା
ଭୋଟ ଦେଇ ଦେଶ ଗଠନରେ ସହାୟକ ହେବା : ଲାଲବିହାରୀ ହିମିରିକା
ନୂଆ ଯୁବ ଭୋଟର ଭୋଟ ଦେଇ ସଶକ୍ତ ଭାରତ ଗଠନ କରନ୍ତୁ : ସପ୍ତଗିିରି ଉଲାକା
ରାୟଗଡ ବିଜେଡିର ବିଧାୟକ ପ୍ରାର୍ଥୀ ଲାଲବିହାରୀ ହିମିରିକା ନିଜ ଗ୍ରାମ ପେଂଟାରେ, ମାଁ ମଝିଘରିଆଣୀ ମନ୍ଦିର ସମ୍ମୁଖ ବୁଥରେ ବିଜେପି ପ୍ରାର୍ଥୀ ବସନ୍ତ ଉଲାକା, ଆରଏସଇଡବ୍ଳ୍ୟୁସିଇ ପ୍ରାଥମିକ ବିଦ୍ୟାଳୟ ବୁଥରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ଆପାଲାସ୍ୱାମୀ କାଡ୍ରକା ଓ ସାଂସଦ ପ୍ରାର୍ଥୀ ସପ୍ତଗିିରି ଉଲାକା ଗାନ୍ଧୀନଗର ବୁଥରେ ନିଜର ମତଦାନ କରିଥିବା ବେଳେ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ବୁଥରେ ମତଦାନ ସାବସ୍ତ୍ୟ କରି ଅଧିକ ମାତ୍ରାରେ ସମସ୍ତ ନାଗରିକମାନ ନିଜ ମୂଲ୍ୟବାନ ଭୋଟ ଦେଇ ଗଣତନ୍ତ୍ରକୁ ସୁଦୃଢ କରିବାକୁ ଆଗେଇ ଆସନ୍ତୁ ବୋଲି ନିଜ ନିଜ ମତପ୍ରକାଶ କରିଥିଲେ ।