ସରଗୁଲ ମାଳପଡା ପଞ୍ଚାୟତରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କର୍ଲାମୁଣ୍ଡା ବ୍ଲକ ସରଗୁଲ ମାଳପଡା ଗ୍ରାମ ପଞ୍ଚାୟତ ଠାରେ ସୋମବାର ଯୁଗ୍ମ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ କର୍ଲାମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୂଚରିତା ମୁର୍ଗ୍ରୀ, କର୍ଲାମୁଣ୍ଡା ପଞ୍ଚାୟତ ସମିତି ଅଧ୍ୟକ୍ଷା କୁନୀ ସାହୁ,ଜିଲ୍ଲାପରିଷଦ ସଭ୍ୟ ସୁରେସ ଚୌଧୁରୀ,ସମିତି ସଭ୍ୟ ଗୋଲାପ ସାହୁ, ତହସିଲଦାର ମିଲନ କୁମାର ଝାଙ୍କର , ଜଳ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ବିଭୁତି କିଶାନ,ଓଏଲଏମ କର୍ମଚାରୀ ଓ ସମସ୍ତ ବିଭାଗୀୟ ଅଧିକାରୀ, ଆଶା, ଅଙ୍ଗ ନୱାଡି କର୍ମୀ, ସରଗୁଲ ମାଳପଡା ଗ୍ରାମ ପଞ୍ଚାୟତ କର୍ମଚାରୀ, ଯୋଗାଣ ସହାୟକ, ଜିଆରଏସ ଶିଶିର ଗହିର , କନିଷ୍ଟ ଯନ୍ତ୍ରୀ ଲଲିନ୍ଦ୍ର କିଶାନ, ସରଗୁଲ ମାଳପଡା ଗ୍ରାମ ପଞ୍ଚାୟତ ଅଂଚଳର ଜନ ସାଧାରଣ ଉପସ୍ଥିତ ଥିଲେ।ସରଗୁଲ ମାଳପଡା ଗ୍ରାମ ପଞ୍ଚାୟତ ସରପଞ୍ଚ ବରୁଣ ଛତ୍ରିଆ ଉପସ୍ଥିତିରେ ଜନସାଧାରଣଙ୍କ ଅଭିଯୋଗ ଶୁଣାଣୀ ଶିବିରଟି ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହୋଇଯାଇଛି। କର୍ଲାମୁଣ୍ଡା ବ୍ଲକ ସରଗୁଲ ମାଳପଡା ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ରାହାସ ଚନ୍ଦ୍ର ପଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସରଗୁଲ ମାଳପଡା ଗ୍ରାମ ପଞ୍ଚାୟତ କର୍ମଚାରୀମାନେ ଓ ଏହି ଅଭିଯୋଗ ଶୁଣାଣୀ ଶିବିରରେ ୨୩୫ ରୁ ଉର୍ଦ୍ଧ୍ବ ଜଣଙ୍କ ଆପତ୍ତି ଅଭିଯୋଗକୁ ତାଲିକା ଭୁକ୍ତ କରାଯାଇଥିବା ଜଣାପଡ଼ିଛି । ଏଥି ମଧ୍ୟରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ରହିଥିବା ଅଭିଯୋଗ ୧୪୫ ଟି ବାର୍ଦ୍ଧକ୍ୟ ଭତ୍ତା ୨୦, ଜମି ଜମା ସଂକ୍ରାନ୍ତୀୟ ମାମଲା ୩, ବିଦ୍ୟୁତ ସଂଯୋଗୀ କରଣ ୪ ଟି, ପିଡିଏସ ୪ ଟି, ମନରେଗା କାର୍ଯ୍ୟ ୫୪, ଜଳ ପରିମଳ୨ ଟି, ଅନ୍ୟାନ୍ୟ ୩ଟି ଉପରେ ବିଷୟରେ ଅଭିଯୋଗ ମାନ ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.