ସାପଲହରାରେ କୁରାଳ ପଞ୍ଚମୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ନବୀନ କିଶୋର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ସାପଲହରା ଗ୍ରାମରେ କୁରାଳ ପଞ୍ଚମୀ ଉତ୍ସବ ପାଇଁ ରବିବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ସାପଲହରା ସ୍ଥିତ ପୂଜା ମଣ୍ଡପ ଠାରୁ କଳସ ଶୋଭାଯାତ୍ରାରେ ବାହାରି ନିକଟସ୍ଥ ପୋଖରୀରୁ ଜଳ ଆଣି ପୂଜା ମଣ୍ଡପ ରେ କଳସ ସ୍ଥାପନ କରା ଯାଇଥିଲା । କୁମ୍ଭକାର ସମ୍ପ୍ରଦାୟର ଏହା ମୂଖ୍ୟ ପର୍ବ ହେଉ ଥିବାରୁ କୁମ୍ଭକାର ଜାତି ଭାଇଭଉଣୀ ମାନଙ୍କ ମଧ୍ୟରେ ଆନନ୍ଦ ଓ ଉଲ୍ଲାସ ଦେଖିବାକୁ ମିଳିଛି । ୨୮ ତାରିଖ ରୁ ୩୦ ତାରିଖ ବୁଧବାର ପର୍ଯ୍ୟନ୍ତ କୁରାଳ ପଞ୍ଚମୀ ପୂଜା ଅନୁଷ୍ଠିତ ହେବ । ଦୁଇ ଦିନ ଧରି ସକାଳ ୧୦ ଘଣ୍ଟା ରୁ ୪ ଘଣ୍ଟା ପର୍ଯ୍ୟନ୍ତ କୁରାଳ ମହାପୁରାଣପାରାୟଣ ପଠନ ଓ ଅପରାହ୍ନ ୪ ଘଣ୍ଟାରେ ପ୍ରସାଦ ସେବନ କରାଯିବ, ପ୍ରତ୍ୟକ ରାତ୍ରୀ ୮ ଘଣ୍ଟାରୁ ୯ ଘଣ୍ଟା ୩୦ ମିନିଟ ପର୍ଯ୍ୟନ୍ତ ମଞ୍ଚ କାର୍ଯ୍ୟକ୍ରମ କରାଯିବ ବୋଲି ସଂପାଦକ ଲାଭି ରଣା ଓ ସଭାପତି ଜହରଲାଲ ରଣା ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.