ଓଡ଼ିଆ ବାର୍ତ୍ତା/ ସୁନ୍ଦରଗଡ଼: ସମ୍ବଲପୁରୀ କଳା ସଂସ୍କୃତି ଅନୁଷ୍ଠାନ ପାମରାର ଦ୍ବିତୀୟ ବାର୍ଷିକ ଉତ୍ସବ ସୁନ୍ଦରଗଡ଼ ଜିଲ୍ଲାର ପାମରା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ମା ସମଲେଶ୍ୱରୀଙ୍କର ପୂଜା ଆରାଧନା ସହ ବାର୍ଷିକ ଉତ୍ସବ ସମାରୋହ ଆରମ୍ଭ ହୋଇଥିଲା। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗାଁ ମୁଖିଆ ସୁନ୍ଦରମଣି ରାଉତ, ସଭାପତି ଲଳିନ ରଞ୍ଜନ ସାହୁ, ନାଏବ ସରପଞ୍ଚ ଲଳିତ ରାଉତ, ଛତ୍ରମଣି ରୋହିଦାସ ପ୍ରମୁଖ ଉପସ୍ଥିତ ଥିଲେ। ସମଲେଶ୍ୱରୀଙ୍କ ଭଜନରେ ସମ୍ବଲପୁରର ସଂଗୀତା ଭିତ୍ରିଆ ଓ ବୌଦ୍ଧର କୁନି କଳାକାର ସୁମୀରନ ପାଢ଼ୀ ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ମଂଜିତ ଭୋଲ ଓ ଗୀତିକାର ମିନାକ୍ଷୀ ରାଉତଙ୍କ ସମ୍ବଲପୁରୀ ଗିତ ନାଚ ସହ ଉପସ୍ଥିତ କବିମାନେ ସମ୍ବଲପୁରୀ କବିତା ପାଠ କରିଥିଲେ। ଏହି ଅବସରରେ ସମ୍ବଲପୁର ଠେମରାର କବି ପିଙ୍କୁ ରଣବିଡା, ସୁନ୍ଦରଗଡ଼ ସୁନାଜୋରର ପ୍ରତାପ କୁମାର ଦାସ, ରାଉଲକେଲା କୁଆଁରମୁଣ୍ଡାର ଯୁବ କବି ପ୍ରଶାନ୍ତ ମେହେର ପ୍ରମୁଖ ଅନେକ କଳାକାରଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଜିଲ୍ଲା ସଂଯୋଜକ ଦୁଷ୍ମନ୍ତ ଏବଂ ପ୍ରତିଷ୍ଠାତା ଟୋନିସ ରୋହିଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।