ଓଡ଼ିଆ ବାର୍ତ୍ତା/ କଟକ ସଦର (ଶ୍ରୀକାନ୍ତ ବେଉରା): କଟକ ସଦର ବ୍ଲକ୍ ଅନ୍ତର୍ଗତ ୪୨ମୌଜା ସ୍ଥିତ ବେଣ୍ଟକାର ସ୍କୁଲ ଖେଳ ପଡିଆଠାରେ ଫୁଟବଲ ଖେଳର ବିକାଶ ନିମନ୍ତେ “ଗାଦି ଗୋସ୍ୱାମୀ ଫୁଟବଲ ଏକାଡେମୀ”ର ଦ୍ୱିତୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଫୁଟବଲ୍ ଖେଳାଳୀ ବିଳାସ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ ଏକାଡେମୀର ନୂତନ କର୍ମକର୍ତ୍ତା ଭାବେ ଦିଲ୍ଲୀପ କୁମାର ଦାସ-ସଭାପତି ଓ ବିଶ୍ୱଜିତ ମହାନ୍ତି-ସମ୍ପାଦକ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଖେଳ ପଡ଼ିଆର ଉର୍ନ୍ନତି, ପ୍ରତିଦିନ ଫୁଟବଲ ଖେଳ ଚାଲୁରଖିବା ଏବଂ ଫୁଟବଲ ଖେଳର ବିକାଶ ନିମନ୍ତେ ବିଭିନ୍ନ କାର୍ଯ୍ୟପନ୍ଥା ବିଷୟରେ ଆଲୋଚନା କରାଯାଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ମାନ ଗ୍ରହଣ କରାଯାଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଅମ୍ଲାନ କୁମାର ଦାସ, ଅଭିଷେକ ପରିଡା, ସୁଜିତ ମହାପାତ୍ର, ପଞ୍ଚାନନ ସାହୁ, ଜୟନ୍ତ ଦାସ, ଅମରେଶ ଦେବତା, ସନ୍ତୋଷ ପଲାଇ, ନିରଞ୍ଜନ ବେହେରା, ମାଧବେନ୍ଦ୍ର ମହାନ୍ତି, ପ୍ରତାପ କୁମାର ଦାସ, ସନ୍ତୋଷ ବେହେରା, କ୍ଷୀରୋଦ ଦାସ ଓ ମିହିର କୁମାର ଦାସଙ୍କ ସମେତ ଅନେକ ଖେଳାଳୀ ଉପସ୍ଥିତ ଥିଲେ। ଶେଷରେ ଦିଲ୍ଲୀପ କୁମାର ଦାସ (ଟୁଲୁ) ଧନ୍ୟବାଦ ଅର୍ପଣ କରିଥିଲେ।