ଓଡ଼ିଆ ବାର୍ତ୍ତା/ କେସିଙ୍ଗା (ମଧୁସୂଦନ ଠାକୁର): ଭବାନୀପାଟଣା ବିଧାୟକ ପ୍ରଦୀପ୍ତ କୁମାର ନାଏକଙ୍କ କେସିଙ୍ଗା ଏନଏସି ପ୍ରତିନିଧି ଭାବେ ନିଯୁକ୍ତ ହୋଇଛନ୍ତି ଯୁବ ସଂଗଠକ ସଞ୍ଜୟ ଅଗ୍ରୱାଲ। ଏ ନେଇ ବିଧିବଦ୍ଧ ଭାବେ ଘୋଷଣା ହୋଇଥିବା ଜଣାପଡିଛି। ସଞ୍ଜୟ ଅଗ୍ରୱାଲ କେସିଙ୍ଗା ବିଜେପି ଶାଖାର ଉପସଭାପତି ଭାବେ କାର୍ଯ୍ୟରତ। ସେ ଜଣେ ଉତ୍ତମ ସଂଗଠକ ଭାବେ ସୁପରିଚିତ। ତାଙ୍କୁ ବିଧାୟକ ପ୍ରତିନିଧି ଭାବେ ମନୋନୀତ କରିଥିବାରୁ ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାଏକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହିତ କେସିଙ୍ଗା ବିଜେପି ସଭାପତି ମଗନ ସିନ୍ଦୁର ଓ ବିଜେପିର ଅନ୍ୟାନ୍ୟ ବରିଷ୍ଠ କର୍ମକର୍ତ୍ତାମାନେ ମଧ୍ୟ ବିଧାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି।