ଓଡ଼ିଆ ବାର୍ତ୍ତା/ ଭୁବନେଶ୍ବର: ଆଲୁମିନିୟମର ବୃହତ ଉତ୍ପାଦକ ବେଦାନ୍ତ ଲିମିଟେଡ ଓଡ଼ିଶାର ଝାରସୁଗୁଡ଼ା ଠାରେ ବେଦାନ୍ତ ଆଲୁମିନିୟମ ପାର୍କର ଭିତି ପ୍ରସ୍ତର ସ୍ଥାପନ ପାଇଁ ଘୋଷଣା କରିଛି । ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଲିଥିବା ମେକ ଇନ ଓଡ଼ିଶା ୨୦୨୨ କନକ୍ଲେଭରେ ବେଦାନ୍ତର ଚେୟାରମ୍ୟନ- ଅନୀଲ ଅଗ୍ରୱାଲଙ୍କ ଉପସ୍ଥିତିରେ ଏହି ପାର୍କକୁ ଉଦଘାଟିତ କରିଥିଲେ । ଏହି ପାର୍କ ବେଦାନ୍ତ ଆଲୁମିନିୟମ ଓ ଶିଳ୍ପ ଭିତିଭୂମି ଓଡ଼ିଶା (ଇଡକୋ) ମଧ୍ୟରେ ଏକ ମିଳିତ ଉଦ୍ୟମ ଅଟେ । ଶ୍ରୀ ରାହୁଲ ଶର୍ମା, ସିଇଓ-ବେଦାନ୍ତ ଆଲୁମିନିୟମ ମଧ୍ୟ ଏହି ସମୟରେ ଉପସ୍ଥିତ ଥିଲେ । ବେଦାନ୍ତ ଆଲୁମିନିୟମ ପାର୍କ ଏକ ବିଶ୍ବସ୍ତରୀୟ ଔଦ୍ୟୋଗିକ ସୁବିଧା ପ୍ରଦାନ କରିବ ଯେଉଁଠାରେ କମ୍ପାନିମାନେ ସେମାନଙ୍କ ଉତ୍ପାଦନ ୟୁନିଟ ପ୍ରତିଷ୍ଠା କରିପାରିବେ ଓ ଝାରସୁଗୁଡ଼ାର ସ୍ମେଲଟରରୁ ସେମାନଙ୍କ ଉତ୍ପାଦ ପାଇଁ ତରଳ ଆଲୁମିନିୟମ ପାଇପାରିବେ । ଝାରସୁଗୁଡ଼ାର ବେଦାନ୍ତ ଆଲୁମିନିୟମ ସ୍ମେଲଟର ହେଉଛି ବିଶ୍ଵର ସର୍ବବୃଦ୍ଧିତ ସ୍ମେଲଟର ଯାହାର କ୍ଷମତା ବାର୍ଷିକ ୧.୭୫ ଟନ । ୨୫୩ ଏକରରୁ ଅଧିକ ପରିସରରେ ବ୍ୟାପୀଥିବା ଏହି ଆଲୁମିନିୟମ ପାର୍କ ଭାରତର ବୃହତମ ଧାତୁ ପାର୍କ ମଧ୍ୟରୁ ଅନ୍ୟତମ ହେବ । ଏହାର ଷ୍ଟ୍ରାଟେଜିକ ଅବସ୍ଥାନ ଏବଂ ବୈଶିଷ୍ଟ୍ୟ ଆଲୁମିନିୟମ ଆଧାରିତ ବ୍ୟବସାୟକୁ ତ୍ବରାନ୍ବିତ କରିବାରେ ବିଶେଷ ସହାୟକ ହେବ ଯଥା:
ଉତ୍ପାଦକତା ବୃଦ୍ଧି : ଯେକୌଣସି ପରିମାଣରେ ଠିକ ସମୟରେ ଉଚ୍ଚ ଗୁଣମାନର ଗରମ ଧାତୁକୁ ପ୍ରାଥମିକତା ଦ୍ଵାରା ଉତ୍ପାଦନ ବୃଦ୍ଧି କରିବ ଓ ଶିଳ୍ପ ସଂସ୍ଥାଗୁଡ଼ିକ ପାଇଁ ମୂଲ୍ୟ ପ୍ରତିଦ୍ବନ୍ଦିତା ସୃଷ୍ଟି କରିବ ।
ସମୟ ହ୍ରାସ: ଗରମ ଧାତୁ ତତକ୍ଷଣାତ ଉପଲବ୍ଧ ସହିତ, ପରିବହନ ଓ ପୁନଃନିର୍ମାଣ ପାଇଁ ଆବଶ୍ୟକୀୟ ସମୟ ଖୁବ କମ ହେବ ଓ ଅର୍ଥ ସଂଚୟ ମଧ୍ୟ ହୋଇ ପାରିବ ।
କାର୍ଯ୍ୟକାରୀ ପୁଞ୍ଜି କମ ହେବ: ପୂର୍ବରୁ ଉତପ୍ତ ଲେଡ ମାଧ୍ୟମରେ ଆବଶ୍ୟକୀୟ ତାପମାତ୍ରାରେ ପରିବହନ କରାଯାଇପାରୁଥିବା ଗରମ ଧାତୁକୁ ପୁନଃ ତରଳାଇବା ପ୍ରୟାସ କାର୍ଯ୍ୟକାରୀ ହେବା ସହ ମୂଲ୍ୟ ସଂଚୟ ହୋଇ ପାରିବ ।
ବୈଷୟିକ ଓ ବିକ୍ରୟ ଉପରେ ସମର୍ଥନ: ବେଦାନ୍ତ ଆଲୁମିନିୟମ ସଂଟର ଅଫ ଏକ୍ସଲେନସ, ଆର ଆଣ୍ଡତି ସୁବିଧା ଓ ଷ୍ଟାର୍ଟ ଅପ ବିଶ୍ଵ ବିଶେଷଜ୍ଞଙ୍କ ନେଟୱର୍କକୁ ପ୍ରବେଶ, ଉତ୍ପାଦକମାନଙ୍କୁ ପ୍ରତିଯୋଗିତା ପ୍ରଦାନ କରିବାରେ ସହାୟକ ହେବ ।
ରପ୍ତାନି ଭିତିକ ଶିଳ୍ପଗୁଡ଼ିକ ପାଇଁ ଏସଇଜେଡ: ବେଦାନ୍ତର ଝାରସୁଗୁଡ଼ା ପରିସରରେ ଏକ ଏସଇଜେତ ସ୍ମେଲଟର ଜୋନ ରପ୍ତାନିଭିତିକ ଶିଳ୍ପ ଗୁଡ଼ିକ ପାଇଁ ସେମାନଙ୍କ ସାମଗ୍ରୀ ଉତ୍ପାଦନ ଲାଗି ଗରମ ଧାତୁ ପାଇବା ଲାଗି ସୁବିଧା ପ୍ରଦାନ କରିବ ।
ପରିବେଶ ଓ ଅଙ୍ଗାରକାମ୍ଳ ଉପସ୍ଥିତି: ପୁନଃ ତରଳିବା ବା ଦୀର୍ଘ ଦୂରତା ବିଶିଷ୍ଟ ସାମଗ୍ରୀର ଆବଶ୍ୟକତାକୁ ଦୂର କରିବା ଲାଗି ପାର୍କ ବାର୍ଷିକ ୬୦-୭୦,୦୦୦ ଟନ ପର୍ଯ୍ୟନ୍ତ ଅଙ୍ଗାରକାମ୍ଳ ନିର୍ଗମନକୁ ରୋକିବାରେ ସାହାଯ୍ୟ କରିବ ଓ କାର୍ଯ୍ୟକୁ ଡିକାର୍ବୋନାଇଜତ କରିବ ।
ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତିଯେ- ଦେଶର ଏକ ପ୍ରମୁଖ ବିନଯୋଗ ଲକ୍ଷ୍ୟସ୍ଥଳ ଭାବରେ ଓଡ଼ିଶା ଦ୍ରୁତଗତିରେ ଉଭା ହୋଇଛି । ସବୁ କ୍ଷେତ୍ରରେ ପରିବର୍ତନ ଓ ଅନ୍ତର୍ଭୁକ୍ତ ବିକାଶ ଉପରେ ସ୍ପଷ୍ଟ ଧ୍ୟାନ ଦେଇ ଆମେ ଏକ ପ୍ରଗତିଶୀଳ ରାଜ୍ୟ ଅଟୁ । ଓଡ଼ିଶାରେ ଆମେ ଆପଣଙ୍କୁ ସର୍ବଦା ଉତମ ସେବା, ସମର୍ଥନ ପ୍ରଦାନ କରିଆସୁଛୁ । ନିବେଶକ ବନ୍ଧୁତ୍ଵପୂର୍ଣ୍ଣ ପଦକ୍ଷେପ ଓ ପରିବର୍ତନଶୀଳ ଶାସନ ଆମକୁ ପ୍ରଗତି ପଥରେ ଆଗେଇ ନେଇଥାଏ। ଆମେ ଆପଣମାନଙ୍କ ସହ ମିଶି କାମ କରିବା ଓ ଆପଣଙ୍କ ଆବଶ୍ୟକତାକୁ ବୁଝିବା ଓ ସର୍ବୋତମ ସମର୍ଥନ ଜାରୀ ରଖିବୁ ।
ଶ୍ରୀ ଅନିଲ ଅଗ୍ରୱାଲ, ଅଧ୍ୟକ୍ଷ- ବେଦାନ୍ତ କହିଛନ୍ତିଯେ-ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଭାରତରେ ପରବର୍ତି ପୁଞ୍ଜି ବିନିଯୋଗ ଲକ୍ଷ୍ୟ ପୂରଣ ହୋଇ ପାରିବ । ଓଡ଼ିଶାର ପ୍ରାକୃତିକ ସୁବିଧା ପାଇଁ ଏହା ଭାରତର ଆଲୁମିନିୟମ ରାଜଧାନୀ ଅଟେ ଓ ବିଶ୍ଵରେ ଆଲୁମିନିୟମ ରାଜଧାନୀ ହେବାର ସାମର୍ଥ୍ୟ ରହିଛି । ବର୍ଷ ବର୍ଷ ଧରି ବେଦାନ୍ତ ୧ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ବିନିଯୋଗ କରି ରାଜ୍ୟରେ ୫ ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ଜୀବିକା ସୃଷ୍ଟି କରିପାରିଛି ।
ଶ୍ରୀ ରାହୁଲ ଶର୍ମା, ସିଇଓ –ବେଦାନ୍ତ ଆଲୁମିନିୟମ କହିଛନ୍ତିଯେ- ଝାରସୁଗୁଡ଼ାରେ ଆମର ଆଲୁମିନିୟମ ସ୍ମେଲଟର ନିକଟରେ ଏକ ବିଶ୍ବସ୍ତରୀୟ ଆଲୁମିନିୟମ ପାର୍କ ସୃଷ୍ଟି କରିବା ପାଇଁ ବେଦାନ୍ତ ଓ ଓଡ଼ିଶା ସରକାରଙ୍କ ମଧ୍ୟରେ ଏହି ସହଯୋଗ ଭାରତୀୟ ଉତ୍ପାଦନ ପାଇଁ ଏକ ନୂଆ ଯୁଗ ସୃଷ୍ଟି କରିବ । ଆମର ଆଲୁମିନିୟମ ପାର୍କରେ ସେମାନଙ୍କ ପାଂଟ ସ୍ଥାପନ କରିବାକୁ ବହୁ ସୁବିଧା ପ୍ରଦାନ କରିବ । ଆମେ ମିଳିତ ଭାବରେ ଭାରତକୁ ବିଶ୍ଵର ସବୁଠାରୁ ଆବଶ୍ୟକୀୟ ଗନ୍ତବ୍ୟସ୍ଥଳରେ ପରିଣତ କରିପାରିବା ।
ବେଦାନ୍ତ ଆଲୁମିନିୟମ ବ୍ୟବସାୟ ହେଉଛି ବେଦାନ୍ତ ଲିମିଟେଡ଼ର ଏକ ଅଂଶ ଯିଏକି ଭାରତର ଅଗ୍ରଣୀ ଆଲୁମିନିୟମ ନିର୍ମାତା ପ୍ରାୟତଃ ଏହା ଭାରତର ଅର୍ଦ୍ଧେକ ଆଲୁମିନିୟମ ଉତ୍ପାଦନକାରୀ ଓ ଆର୍ଥିକ ବର୍ଷ ୨୨ ରେ ୨.୨୬ ନିୟୁତ ଟନ୍ ଆଲୁମିନିୟମ ଉତ୍ପାଦନ କରିଥିବା ସଂସ୍ଥା । ବେଦାନ୍ତ ଆଲୁମିନିୟମର ବ୍ୟାଙ୍କ ଡାଓ ଜୋନସ ସସଟାନବିଲିଟି ଇଣ୍ଡେକ୍ସ ୨୦୨୧ରେ ୪ର୍ଥ ବ୍ୟାଙ୍କ ଧାରୀ ଓ ସ୍ଥାୟୀ ବିକାଶ ଅବଲମନକାରୀ ସଂସ୍ଥା । ୨୦୦୭ରେ କଂପାନି ୨ ଏମଟିପିଏ କ୍ଷମତା ଆଲୁମିନିୟମ ରିଫାଇନାରି ଇଂଜିଗଡ଼ରେ ପ୍ରତିଷ୍ଠା କରିଛି ଓ ୭୫ କ୍ୟାପଟିଭ ପାଂଟ ପରିଚାଳନା କରୁଛି । ବେଦାନ୍ତ ମୂଲ୍ୟଯୁକ୍ତ ଆଲୁମିନିୟମ ଉତ୍ପାଦ ନିର୍ମାଣ କରିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିବା ସହ ଔଦ୍ୟୋଗିକ କ୍ଷେତ୍ରରେ ସର୍ବବୃହତ ଜ୍ଞାନକୌଶଳକୁ ଆପଣାଇ ବିଶ୍ଵ ଶ୍ରେଣୀୟ ସ୍ମେଲ୍ଟର, ପାଓ୍ବାର ପାଂଟ ଓ ଆଲୁମିନା ରିଫାଇନାରୀ କାର୍ଯ୍ୟ କରୁଛି । ଏକ ସବୁଜ ଭବିଷ୍ୟତ ପାଇଁ ମେଟାଲ ଅଫ୍ ଦି ଫ୍ୟୁଚର ଭାବରେ ଆଲୁମିନିୟମର ପ୍ରୟୋଗକୁ ପ୍ରସାରିତ କରିବା ପାଇଁ କମ୍ପାନୀ ତାର ଲକ୍ଷ୍ୟ ପୂରଣ କରୁଛି ।